ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ଗାନ୍ଧୀବାଦୀ ଓ ସର୍ବୋଦୟ ନେତା ଡ ଏସ୍ ଏନ୍ ସୁବାରାଓ ଙ୍କ ୯୬ ତମ ଜୟନ୍ତୀ ଅବସରରେ ମିଶନ ରକ୍ତଦାନ ତରଫରୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବିଭୂତି ଭୂଷଣ ସାହୁ, ଚନ୍ଦ୍ରକାନ୍ତ ଭୋଇ , ହର ପ୍ରସାଦ ମହାପାତ୍ର ଶିବିର ପରିଚାଳନା କରିଥିଲେ। ସନ୍ଧ୍ୟାରେ ଜାତୀୟ ଯୁବ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ସର୍ବଧର୍ମ ପ୍ରାର୍ଥନା ଆୟୋଜିତ ହୋଇଥିଲା । ଶ୍ରୀ ସୋମ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକ୍ରମ ମହାପାତ୍ର, କିଶୋର କୁମାର ସାହୁ, ଲକ୍ଷ୍ମୀପ୍ରିୟା ମହାନ୍ତି , ନୀଳକଣ୍ଠ ଦାସ, ଅପର୍ଣା ଗଉଡ, ସ୍ମୃତି କିରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭାଇଜି ଙ୍କ ସ୍ମୃତି ଚାରଣ କରିଥିଲେ ।
ଡ ସୁବାରାଓ ଙ୍କ ଜୟନ୍ତୀ ରେ ରକ୍ତଦାନ ଶିବିର ଏବଂ ସର୍ବଧର୍ମ ପ୍ରାର୍ଥନା !!!

