ବାଣପୁରରେ ପୋଲିସ କୁ ମରଣାନ୍ତକ ଆକ୍ରମଣ କରି ଯୁବକ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଘ ପୁର୍ଣିମା ରେ ବାଣପୁର ଦୀକ୍ଷିତପଡା ଅଞ୍ଚଳ ରେ ପ୍ରସିଦ୍ଧ ବିରଞ୍ଚି ନାରାୟଣ ପିଠ ରେ ସୂର୍ଯ୍ୟ ପୂଜା କରି ସୂର୍ଯ୍ୟନାରାୟଣ ଙ୍କ ଆଶୀର୍ବାଦ ପାଇଁ ପ୍ରବଳ ଭିଡ଼ ପରିଲିକ୍ଷିତ ହେଇଥିଲା । ହଜ଼ାର ହଜ଼ାର ଭକ୍ତ ଙ୍କ ଭିଡ଼ କୁ ନିୟନ୍ତ୍ରଣ ଓ ଟ୍ରାଫିକ ବନ୍ଦୋବସ୍ତ କରିବା ପାଇଁ ବାଣପୁର ପୋଲିସ ପଦକ୍ଷେପ ସ୍ୱରୂପ ମନ୍ଦିର ଠାରୁ ୨୦୦ ମିଟର ଦୂର ରେ ପାର୍କିଂ ବନ୍ଦୋବସ୍ତ କରାଯାଇଥିବା ବେଳେ ଜଣେ କର୍ତ୍ତବ୍ୟରତ ପୋଲିସ କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ରେ ବାଣପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ରୁ ପ୍ରକାଶ ଯେ ବାଣପୁର ଥାନା ଏ ଏସ ଆଇ ସଞ୍ଜୟ କୁମାର ପାତ୍ର ଘଟଣା ସ୍ଥଳ ରେ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ଉକ୍ତ ଗ୍ରାମ ର ଜୈନିକ ଯୁବକ ସୁବ୍ରତ ରଣସିଂହ ଓରଫ ମିଥୁନ ଏକ ଟିଭିଏସ ମୋଟର ସାଇକେଲ ଯୋଗେ ଟ୍ରାଫିକ ଅମାନ୍ୟ କରି ଭିଡ଼ ମଧ୍ୟରେ ପଶିଥିଲେ । ସେଠାରେ କର୍ତ୍ତବ୍ୟରତ ପୋଲିସ ସଞ୍ଜୟ ପାତ୍ର ତାଙ୍କୁ ଭିଡ଼ ମଧ୍ୟକୁ ଗାଡି ନେବା ପାଇଁ ମନା କରିବାରେ ସେ ଉତକ୍ଷିପ୍ତ ହୋଇ ଉପସ୍ଥିତ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ଅମାନ୍ୟ କରି ଗାଳି ଗୁଲଜ କରିବା ସହ ଶ୍ରୀ ପାତ୍ର ଙ୍କୁ ମାଡ଼ ମାରି ଲହୁ ଲୁହାଣ କରି ତାଙ୍କ ତଣ୍ଟି କୁ ଚିପି ଧରି ମାରିଦେବାକୁ ଉଦ୍ୟମ କରିଥିଲା ! ଉପସ୍ଥିତ ଅନ୍ୟ ପୋଲିସ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ଶ୍ରୀ ପାତ୍ର ଙ୍କ ଅଭିଯୋଗ କ୍ରମେ ବାଣପୁର ପୋଲିସ ସୁବ୍ରତ ରଣସିଂହ ଓରଫ ମିଥୁନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।।

Leave a Reply

Your email address will not be published. Required fields are marked *