ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କହ୍ନେଇପୁର ଛକ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଯାଇଛି । ସକାଳ ୯ ଘଟିକା ସମୟରେ ଉକ୍ତ ଛକ ଉପରେ ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ( ନଂ-ଓ ଡି ୧୯ ଏଲ ୨୬୫୪ ) କୌଣସି କାରଣରୁ ଅପେକ୍ଷା କରି ରହିଥିଲା । ଏହି ସମୟରେ ସେହି ରାସ୍ତା ଦେଇ ବ୍ରହ୍ମପୁର ପଟକୁ ଯାଉଥିବା ଓ ଏସ ଆର ଟିସି ର ଏକ ଭଲଭୋ ବସ (ନଂ- ଓଡି ୦୨ ସି ଭି ୯୨୦୧) ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍ ପଛକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବସର କଣ୍ଡକ୍ଟର ଅଜିତ୍ କୁମାର ଦାସ ଙ୍କ ସମେତ ଅନ୍ୟ ୨ ଜଣ ଯାତ୍ରୀ ଯଥା ଅଶୋକ କୁମାର ପଣ୍ଡା ଓ ଅନ୍ୟ ଜଣେ ମହିଳା ଶ୍ରାବଣୀ ନନ୍ଦ ଆହତ ହୋଇଥିଲେ ! ଘଟଣା ସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଗୁରୁତର ଆହତ ଙ୍କୁ ଉଦ୍ଧାର କରି ନିକଟସ୍ଥ ଗଙ୍ଗାଧରପୁର ଅଗ୍ନିଶମ ବିଭାଗର ସହାୟତାରେ ବାଲୁଗାଁ ଓ ଟାଙ୍ଗୀ ସ୍ଥାନାନ୍ତରିତ କରିଥିଲେ। ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।