ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲିଖିତ ଅଭିଯୋଗ କଲେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ଅସନ୍ତୁଷ୍ଟ କର୍ମଚାରୀ । ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ସମ୍ପାଦକ ଶ୍ୟାମଲାଲ ପ୍ରଧାନ । ରାଜ୍ୟ ବ୍ୟାପୀ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର କର୍ମଚାରୀ ତଥା ଗ୍ରାହକ ଗଣ ସମିତି ର କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ବୁଧବାର ଦିନ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ କର୍ମଚାରୀ ସଂଘ ତରଫ ରୁ ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ବିଭୁ ପ୍ରସାଦ ଶତପଥୀ ଙ୍କ ନେତୃତ୍ଵରେ ତଥା ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ଓଡଗାଁ ବ୍ଲକ ର ଶାଖା ପ୍ରଵନ୍ଧକ ମାନସ କୁମାର ଖଟେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଭାପୁର ଵ୍ଲକର ସହକାରୀ ଶାଖା ପ୍ରଵନ୍ଧକ ଶରତ କୁମାର୍ ରଣସିଂ, କ୍ଷେତ୍ର ନିର୍ବାହୀ ଅଧିକାରୀ ରାଜକିଶୋର ଦାସ, ଓଡ଼ଗାଁ ବ୍ଲକ ର କ୍ଷେତ୍ର ନିର୍ବାହୀ ଅଧିକାରୀ ସଲି ସାହୁ ଓ ସୁନିତା ମିଶ୍ର ,ନିମାପଡ଼ା ବ୍ଲକ ଶାଖା ପ୍ରଵନ୍ଧକ ଲଗ୍ନଜିତ୍ ବେହେରା,ବାଲିପାଟଣା ବ୍ଲକ୍ ର ଶାଖା ପ୍ରଵନ୍ଧକ ଜାନକୀ ବେହେରା,ନୂଆଗାଁ ବ୍ଲକ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ମୁଦୁଲି,ନୟାଗଡ଼ ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଗବାନ ଦାଶ୍, ଅତିରିକ୍ତ ଶାଖା ପ୍ରଵନ୍ଧକ ଅନନ୍ତ ଚରଣ ଜେନା, ଜଗନ୍ନାଥ ପୁର ବ୍ଲକ ଅତିରିକ୍ତ ଶାଖା ପ୍ରଵନ୍ଧକ କେ ମନୋଜ୍ କୁମାର ପାତ୍ର,ହିନ୍ଦୋଳ ବ୍ଲକ ଅତିରିକ୍ତ ଶାଖା ପ୍ରଵନ୍ଧକ ନିରୁପମା ମିଶ୍ର, ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷ୍ଣଚନ୍ଦ୍ର ବେହେରା,ନିଶ୍ଚିତ କୋଇଲି ବ୍ଲକ ର ଶାଖା ପ୍ରଵନ୍ଧକ ଅନିତା ନାୟକ ଓ ଛେଣ୍ଡିପଦା, ଗୋପ ଅଞ୍ଚଳ ର କର୍ମଚାରୀ ଙ୍କର ଏକ ମିଳିତ ଟିମ୍ ସମିତି ର ଅଣଦେଖା ହେଉ ଅବା କୌଣସି କାରଣରୁ ନିଜ ଅଞ୍ଚଳ ର ଉପୁଜିଥିବା ବହୁବିଧ ସମସ୍ୟା – ମାର୍ଟ ରେ ଅନିୟମିତତା, ଅନାବଶ୍ୟକ ନିଯୁକ୍ତି, ପାସ୍ ବୁକ୍ ପାଇବାରୁ ଅନେକ ଗ୍ରାହକ ବଞ୍ଚିତ, କର୍ମଚାରୀ ମାନଙ୍କୁ ପ୍ରାପ୍ୟ ଦେବାରେ ନିର୍ଦିଷ୍ଟ ସମୟ ଧାର୍ଯ୍ୟ ନଥିବା ଆଦି ମୁଖ୍ୟ ସମସ୍ୟା ଉପରେ ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମଲାଲ ପ୍ରଧାନ ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ସହ ଆଶୁ ସମାଧାନ ପାଇଁ ଦୀର୍ଘ ଦୁଇ ଘଣ୍ଟା ର ଆଲୋଚନା ପରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ସମିତି ର ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମଲାଲ୍ ପ୍ରଧାନ ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ସିଧା ସିଧା କିଛି ସ୍ୱାର୍ଥପର, ଵିଶ୍ଵାସ ଘାତକ କର୍ମଚାରୀ ମାନଙ୍କ ଉପରେ ଦୋଷ ଲଦିଵା ସହିତ ଏସବୁ ସମସ୍ୟା ପାଇଁ ଦାୟୀ କରିଥିଲେ ଓ ସମସ୍ୟା ର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ସହିତ ସମସ୍ୟା ସମାଧାନ ପାଇଁ ସହଯୋଗ ଭିକ୍ଷା କରିଥିଲେ । ପ୍ରକାଶ ଥାଉ କି ସମିତି ର ପରିଚାଳନା ଗତ ତ୍ରୁଟି ଅନେକ ରହିଥିବା ବେଳେ ସମସ୍ତ କର୍ମଚାରୀ ସମିତି ର ଜରୁରୀ ସୂଚନାରୁ ବଞ୍ଚିତ,ସୂଚନା ଫଳକ ରେ କୌଣସି ସୂଚନା ପ୍ରଦାନ କରାଯାଉ ନଥିବା ବେଳେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ ସମନ୍ୱୟ ର ଅଭାବ ଅବା ଉପରିସ୍ଥ କର୍ମଚାରୀ ମାନଙ୍କର ସ୍ବେଛାଚାରିତା ତଥା ଅଭିଯୋଗ ବାକ୍ସ ଟେ ହେଉ ଅବା ଅଭିଯୋଗ ଶୁଣାଣି ପାଇଁ କୌଣସି କର୍ମଚାରୀ ନଥିବା ବେଳେ ଜରୁରୀ ସୂଚନା ପାଇଁ କୌଣସି ଟୋଲ ଫ୍ରି ନମ୍ବର ନଥିବା ଯୋଗୁଁ ସମସ୍ୟା ର ସମାଧାନ ହେଉ ନଥିବାରୁ ରାଜ୍ୟ ବ୍ୟାପୀ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସମିତି ର କାର୍ଯ୍ୟ କଳାପ ସନ୍ଦେହ ଜନକ ବୋଲି ଅନେକ ପ୍ରଶ୍ନ ଉଠାଇବା ସହିତ ଠକ ସଂସ୍ଥା ବୋଲି ରାଜ୍ୟ ବ୍ୟାପୀ ଗ୍ରାହକ ଓ କର୍ମଚାରୀ ମହଲ ରେ ଏବେ ଆଲୋଚନା ର ବିଷୟ ବସ୍ତୁ ପାଲଟି ଥିବା ବେଳେ ସମିତି ଭେଳି କି ଭେଳି ଯୋଜନା ମାନ ଜନ ସାଧାରଣ ମାନଙ୍କୁ ଭେଟି ଅର୍ଥ ହରିଲୁଟ୍ କରିବାର ମସୁଧା ରେ ଅଛି ବୋଲି କର୍ମଚାରୀ ମାନେ ସନ୍ଦେହ ପୋଷଣ କରିଛନ୍ତି । ଆଗାମୀ ଦିନରେ କର୍ମଚାରୀ ମାନଙ୍କର ସନ୍ଦେହ ଦୂରୀଭୂତ ନହେଲେ ଅବା ସମାସ୍ୟାର ସମାଧାନ ପାଇଁ ପରିଚାଳନା ଗତ ତ୍ରୁଟି କୁ ଯଦି ସମିତି ନସୁଧାରେ ଅବା କର୍ମଚାରୀ ତଥା ସାଧାରଣ ଜନତା ଙ୍କର ଅର୍ଥହାନୀ ,ମାନହାନୀ ଭଳି ସ୍ଥିତି ଉପୁଜେ ତେଵେ ଆଗକୁ ଏହା ଗଣ ଆନ୍ଦୋଳନର ରୂପ ନେଇପାରେ ତାହା କେଵେ ଅସ୍ବୀକାର କରା ଯାଇ ନପାରେ ।