କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ମହାନଦୀ ରୁ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ସାନ ମୁଣ୍ଡଳୀ ର ସାହାସୀ ଯୁବକ ମାନସ ଓ ତାଙ୍କ ସହଯୋଗୀ । ଶୁକ୍ରବାର ସକାଳ ୭ଘଟିକା ସମୟ ରେ କଟକ ଜିଲ୍ଲା ମୁଣ୍ଡଳୀ ବ୍ରିଜ୍ ଠାରେ ଜନୈକ ବ୍ୟକ୍ତି ଆତ୍ମହତ୍ୟା ର ମାନସିକତା ନେଇ ମହାନଦୀ ଜଳ କୁ ଡେଇଁବାକୁ ଉଦ୍ୟତ ହେଉଥିବାର ନଜର ଆସିଥିଲା । ଖବର ପ୍ରଚାରିତ ହେବା ପରେ ଆଖୁ ପାଖରୁ ଲୋକ ମାନେ ଆସି ନିକଟସ୍ଥ ପୋଲିସ ଷ୍ଟେସନ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଏବଂ ବ୍ରିଜ୍ ଉପରେ ଥାଇ ଯୁବକ କୁ ଯେତେ ବୁଝାଇବାକୁ ଚେଷ୍ଟା କରି ଥିଲେ ମଧ୍ୟ ବିଫଳ ହେବା ପରେ ପୋଲିସର ଅନୁମତି କ୍ରମେ ସାନ ମୁଣ୍ଡଳି ର ସାହାସୀ ଯୁବକ ମାନସ କୁମାର ବେହେରା ତାଙ୍କର କିଛି ସହଯୋଗୀ ଧୀରେନ୍ ବେହେରା,ଅଜୟ ବେହେରା, ଗୌରାଙ୍ଗ ସୁତାର,ପ୍ରଭାସ ବେହେରା ଙ୍କୁ ଧରି ହୁଲି ଡଙ୍ଗା ସାହାଯ୍ୟରେ ନଦୀ ଗର୍ଭ କୁ ଯାଇ ଉପରେ ଅପହଞ୍ଚ ଯା ଗାରେ ଯୁବକ ଛିଡ଼ା ହୋଇ ନଦୀ କୁ ଡେଇଁଵା ପାଇଁ ଉଦ୍ୟତ ହେଉଥିବା ବେଳେ ନଦୀ କୁ ଡେଇଁବାକୁ ବାରଣ କରିଥିଲେ ! ହେଲେ ଯୁବକ ନଦୀ ଗର୍ଭ କୁ ଡେଇଁ ପଡିଥିଲେ , ପରେ ମାନସ ବେହେରା ଓ ତାଙ୍କ ସହଯୋଗୀ ମାନେ ସାଙ୍ଗେ ସାଙ୍ଗେ ଜଳ ରୁ ଯୁବକ କୁ ଉଦ୍ଧାର କରି ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ । ହୁଲି ଡଙ୍ଗା ରେ ଯୁବକଙ୍କୁ ଆଣିବା ପରେ ଦୂର ରେ ଥାଇ ସରକାରୀ ଅଗ୍ନିଶମ ଉଦ୍ଧାରକାରୀ ଦଳ ନିଜର ମୋଟର ଚାଳିତ ପବନ ଦିଆ ଡ଼ଙ୍ଗା ରେ ଵସି ଦେଖେଣାହାରୀ ସାଜିଥିଲେ ! ଉଦ୍ଧାର ପରେ ଲୋକ ଦେଖାଣିଆ ଭାବେ ନିଜର ଡଙ୍ଗାରେ ବସାଇ ଉପରକୁ ଆଣିଥିଲେ ଓ ପୋଲିସ୍ କୁ ହସ୍ତାନ୍ତର କରିଥିଲେ । ପ୍ରକାଶ ଥାଉ କି ଉକ୍ତ ଯୁବକଙ୍କ ପୋଷାକ ରୁ ସେ ଜଣେ ପୋଲିସ୍ କର୍ମଚାରୀ ତଥା ଶୁଣା କଥାରୁ ଢେଙ୍କାନାଳ ଜିଲ୍ଲା ର ବୋଲି ଅନୁମାନ କରାଯାଉଥିବା ତାଙ୍କ ଘର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିସାରିଛି । ପୋଲିସ୍ କର୍ମଚାରୀ ମାନେ ବ୍ୟକ୍ତି ର ପରିଚୟ କୁ ଗୋପନୀୟ ରଖିଛନ୍ତି ବୋଲି ଯାହା ସୂଚନା ମିଳୁଛି । ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଣ୍ଡଳୀ ବ୍ଲକ ସଂଯୋଜକ ତଥା ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିବା ଜଣେ ଆଗଧାଡିର ର ସମାଜ ସେବୀ ମାନସ କୁମାର ବେହେରା ଓ ତାଙ୍କ ସହଯୋଗୀ ମାନେ ଦେବଦୂତ ସାଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣକୁ ବଞ୍ଚାଇ ଥିବାରୁ ଆଞ୍ଚଳିକ ସ୍ତରରେ ଜନ ସାଧାରଣ ମାନେ ସାଧୁବାଦ ତଥା ଧନ୍ୟବାଦ ପ୍ରଦାନ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ । ମୁଣ୍ଡଳୀ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ରେନବୋ ମିଡ଼ିଆ !
ମହାନଦୀ ରୁ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ସାନ ମୁଣ୍ଡଳୀ ର ସାହାସୀ ଯୁବକ ମାନସ ଓ ତାଙ୍କ ସହଯୋଗୀ !!!

