ବାଙ୍କୀ ବ୍ଲକ ଆଗରେ ନିଆରା ଢଙ୍ଗରେ ପ୍ରତିବାଦ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଗତ ଦିନରେ ବିଧାନସଭା ପରିସରରେ ବିରୋଧୀ ଦଳର ନେତା ମାନେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ଭିନ୍ନ ପ୍ରତିବାଦ କରି ଦିନରେ ଲଣ୍ଠନ ଜାଳି ମୁଖ୍ୟମନ୍ତ୍ରୀ ଙ୍କୁ ଖୋଜି ରାଜ୍ୟ ରାଜନିତୀ ରେ ଚର୍ଚ୍ଚା କୁ ଆସିଥିଲେ ! ସେହି ଧାରା କୁ ଅନୁସରଣ କରି ଆଜି ବାଙ୍କୀ ବ୍ଲକ ର ବାଉଁଶପୁଟ ପଞ୍ଚାୟତ ର ସାମାଜିକ କର୍ମୀ ମନୋଜ କୁମାର ପଣ୍ଡା ଙ୍କ ନେତୃତ୍ୱରେ ପଚାଶରୁ ଅଧିକ ଯୁବକ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଏକ ସାଇକେଲ ଶୋଭାଯାତ୍ରାରେ ଆସି ଲଣ୍ଠନ ଧରି ବ୍ଲକ ପରିସର ମଧ୍ୟରେ ଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ଭଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପଞ୍ଚାୟତର GRS ହେମନ୍ତ ବଳଙ୍କ ନାମରେ ଥିବା ଏକ ଆବାସ ଘର କୁ ନିର୍ମାଣ ନହୋଇ ସମ୍ପୂର୍ଣ୍ଣ ବିଲ୍ ପଇଠ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏହା କୁ କେଉଁ ଆଧାରରେ ହୋଇଛି ବୋଲି ବିଡିଓ ତଥ୍ୟ ରଖନ୍ତୁ ବୋଲି ଦାବି ଜଣାଇବା ସହ ତୁରନ୍ତ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମତ ରଖିଛନ୍ତି । ଏ ନେଇ ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *