ମହେନ୍ଦ୍ର ତନୟା ନଦୀ ଶୁଷ୍କ ହୋଇଗଲା : ବର୍ଷା ନହେଲେ ସହରକୁ ହୋଇପାରେ ପାନୀୟ ଜଳ ଅଭାବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହ ଆଖପାଖ ପଞ୍ଚ।ୟତକୁ ଜଳ କଷ୍ଟ ହୋଇପାରେ କାରଣ ମହେନ୍ଦ୍ର ତନୟା ନଦୀ ବର୍ତ୍ତମାନ ଶୁଖି ଗଲାଣି ଜଳ ସ୍ତର କମିଗଲା ଜନ ସ୍ବାସ୍ଥ୍ୟ ବିଭାଗ ସହରବାସୀଙ୍କୁ ଜଳର ସୁ ବିନିଯୋଗ ସକାଶେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଉଛନ୍ତି ବର୍ଷ। ଅଭାବ ସାଙ୍ଗକୁ ଉପର ମୁଣ୍ଡରେ ଆନିକଟ କରି ରଖିଥିବା ଜଳକୁ ଜଳ ସେଚନ ଭାଙ୍ଗି ତଳ ମୁଣ୍ଡକୁ ଜଳ ଛଡାଯାଉଛି କହି ଜଳ ସେଚନ ବିଭାଗ ହାତ ଟେକିଦେଇଛି। ଆମେ ଜଳ ସଂରକ୍ଷଣ ସକାଶେ ପ୍ରପୋଯାଲ କରାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଉ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଜଳ ଥିବା ଜାଗାରୁ ଜେସିପି ସାହାଯ୍ୟରେ ଜଳ ସଂଗ୍ରହ କରାଯାଉଛି କହୁଛନ୍ତି କାଶୀନଗର ବଂଶଧାରାରୁ ଜଳ ଆଣିବା ସକାଶେ ପ୍ରୋଜେକ୍ଟ ରଖାଯାଇଛି। Borewell ଗୁଡିକରୁ ଜଳ ସଂଗ୍ରହ କରାଯାଉଛି ନଦୀ ସମତଳ ନୁହଁ ଉଚ୍ଚ ନୀଚ। ରହିଛ। ଜଳ ସମ ତଳ ନାହିଁ ଯାହା ଦ୍ଵାରା ଜଳ କୁ ଜେସିବି ବା ଶ୍ରମିକଙ୍କ ସାହାଯ୍ୟରେ ଜଳକୁ ସଂଗ୍ରହ କରାଯାଉଛି।ବର୍ଷା ନ ହେଲେ ଜଳ ସହରକୁ କମ କରି ଦେବାକୁ ପଡିପାରେ ବୋଲି ପ୍ରକାଶ କରିଛନ୍ତି ।ଚଳିତ ବର୍ଷ ରବିଚାଷରେ ଚାଷୀ ଧାନ ଚାଷ କରି ଥିବାରୁ ଲଗା ଯାଇଥିବାରୁ ଜଳକୁ ଉପର ମୁଣ୍ଡରେ ଦରକାର ପଡ଼ୁଥିବାର ପ୍ରକାଶ କରିଛନ୍ତି। ଯାହା ହଉ ଜଳ ସେଚନ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗ କେବଳ କାଦୁଅ ଫୋପାଡି ବା ନୀତି ଗୋଟେ ବିଭାଗ ଅନ୍ୟ ବିଭାଗ ଉପରେ ଦୋଷାରୋପ ସିନା ଏହାର ସମସ୍ୟା ସମାଧାନ କିପରି ହେବ ସ୍ଥାୟୀ ସମାଧାନ ବାଟ କାଡି ପାରୁ ନାହାଁନ୍ତି ଏହି ସମସ୍ୟା ଗତ ବର୍ଷ ମଧ୍ୟ ହୋଇଥିଲା ଚଳିତ ବର୍ଷ ମଧ୍ୟ ହେଲା । ଆଗୁଆ ପଦକ୍ଷେପ ନେବାର ନାହିଁ। କେବଳ ବର୍ଷା ଓ ଭାଗ୍ୟକୁ ଆଦରି ରହିବା କଥା ଛଡା ଆଉ କିଛି ନାହିଁ ବୋଲି ସହରବାସି ଜାଣି ସାରିଲେଣି। ଆଗକୁ ରିସ୍ଥିତି କଣ ରହୁଛି ସମୟ କହିବ।

Leave a Reply

Your email address will not be published. Required fields are marked *