ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବଡ଼ମ୍ବା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ! ବିଗତ ଦିନରେ ରାଜ୍ୟରେ ସାମ୍ବାଦିକ ମାନେ ନିଜର କାର୍ଯ୍ୟ କରୁଥିବା ସମୟରେ ଅସାମାଜିକ ଲୋକମାନଙ୍କର ଆକ୍ରୋଶର ଶୀକାର ହେଉଥିବା ବେଳେ ଗତ ସପ୍ତାହରେ ପୁରୀ ଶ୍ରୀମନ୍ଦିର ଠାରେ ପୁଣି ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହିତ ମାଡ଼ ହୋଇଥିବାର ଅଭିଯୋଗ ହୋଇଥିଲା । ପରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବା ପରେ ବିଳମ୍ବିତ ରାତିରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ବଡ଼ମ୍ବା ନରସିଂହପୁର ସାମ୍ବାଦିକ ସଂଘ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବଡ଼ମ୍ବା ତହସିଲଦାର ଙ୍କୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଖାଲି ପ୍ରଚାର ପ୍ରସାର ରେ ସୀମିତ ବୋଲି ନିଜର କ୍ଷୋଭ ପ୍ରକାଶ କରିଥିଲେ ସାମ୍ବାଦିକ ।
ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବଡ଼ମ୍ବା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର !!!

