ପ୍ରେସ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରେସ ସ୍ୱାଧୀନତା ନେଇ ବିଶ୍ବରେ ଭାରତର ସ୍ଥାନ ଶହେ ଏକାବନ ସ୍ଥାନରେ ଥିବାରୁ ବହୁ ଅତିଥି କ୍ଷୋଭ ପ୍ରକାଶ କରିଥିଲେ ! ଅବସର ଥିଲା ପ୍ରେସ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳନ ! ଡିଜିଟାଲ ମିଡ଼ିଆ ତରଫରୁ ଜୟଦେବ ଭବନ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଟାଲ , ଛାପା , ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ବହୁ ସାମ୍ବାଦିକ ଉପସ୍ଥିତ ରହି ଦେଶ ତଥା ରାଜ୍ୟରେ ପ୍ରେସ ର ସ୍ୱାଧୀନତା ନେଇ ଆଲୋଚନା କରିଥିଲେ ! ହେଲେ ଗଣମାଧ୍ୟମ ର ଭୂମିକା ଏବଂ ବାସ୍ତବ ସ୍ଥିତି ନେଇ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଏବଂ ସତ୍ୟଜିତ ବିମଲ ମିଶ୍ର ଙ୍କ ଅଭିଭାଷଣ ମଧ୍ୟ ଥିଲା ବହୁ ଗ୍ରହଣୀୟ ! ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଏବଂ ରବି ଦାସ ଙ୍କ ଅଭିଭାଷଣ ବେଶ ସମୟୋପଯୋଗୀ ହୋଇଥିଲା ! ପାରମ୍ପରିକ ଢଙ୍ଗରେ ଛେନାପୋଡ଼ କାଟି ଦିବସ ପାଳନ କରାଯାଇଥିବା ସମୟରେ ଗଣମାଧ୍ୟମ ସହ ବନ୍ଧୁ ଭାବରେ ଜଡିତ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର , ରବି ଦାସ , ସତ୍ୟପ୍ରକାଶ ନାୟକ , ପ୍ରମୋଦ ସାମନ୍ତରା , ରାଜନେତା ସୁର ରାଉତରାୟ , ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ , କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ! ସାମ୍ବାଦିକ ସତ୍ୟଜିତ ମହାପାତ୍ର ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ପରିଚାଳନା କରିଥିଲେ ! ଡିଜିଟାଲ ମିଡ଼ିଆ ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ସମସ୍ତେ ବେଶ ତାରିଫ କରିଥିଲେ !

Leave a Reply

Your email address will not be published. Required fields are marked *