ନୃସିଂହନାଥ ପୀଠରେ କଳସ ଯାତ୍ରା ସହ ପ୍ରସିଦ୍ଧ ବୈଶାଖ ମେଳା !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ଠାରେ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା ଭଉଣୀ ତଥା ଭକ୍ତ ମାନେ ଝରଣାର ଗଣେଶ ଘାଟରେ ପବିତ୍ର ପାଣି କଳସରେ ଆଣି ମୁଖ୍ୟ ମନ୍ଦିର, ଶିବ ମନ୍ଦିର, ସମଲେଶ୍ବରୀ ମନ୍ଦିର , ଶ୍ରୀରାମ ମନ୍ଦିର, ବିନ୍ଧ୍ଯବାସିନୀ ମନ୍ଦିର ଓ ଅନ୍ୟ ପାର୍ଶ୍ୱ ଦେବା ଦେବୀ ମନ୍ଦିର କୁ ଯାଇ ପୂଜା ଅର୍ଚ୍ଚନା କରିବା ସହ ବିଶ୍ବ ଶାନ୍ତି ମହାଯଜ୍ଞ ପୀଠରେ କଳସ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ଚୁଡ଼ାମଣି ଭୁଏ ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷୀନି ଭୁଏ ଦାୟିତ୍ବ ତୁଲାଉଛନ୍ତି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ମୁନା ଦେବତା ଓ ସିଦ୍ଧେଶ୍ଵର ସାବତ ପୂଜା କାଯ୍ୟ ତୁଲାଉଥିବା ବେଳ ଅନ୍ୟ ବ୍ରାହ୍ମଣ ମାନେ ସେମାନଙ୍କୁ ସହଯୋଗ କରିଥିଲେ । ବୈଶାଖ ମେଳା କମିଟିର ସଭ୍ୟ , ପୋଲିସ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀ ମାନେ ନିଜ ନିଜର ଦାୟିତ୍ବ ତୁଲାଉଛନ୍ତି । ଶାନ୍ତି ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ତଥା ପୋଲିସ ସହାୟତା ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ଜଣେ ଉପଖଣ୍ଡ ଆରକ୍ଷୀ ଅଧିକାରୀ , ତିନି ଜଣ ଡି.ଏସ.ପି., ପାଞ୍ଚ ଜଣ ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ଓ ଏଏସଆଇ ମିଶି ୪୦ ଜଣ,୧୦ ପ୍ଲାଟୁନ ଫୋର୍ସ ଓ ପୋଲିସ, ୬୦ ଜଣ ହୋମଗାର୍ଡ ନିଯୁକ୍ତ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ବୈଶାଖ ମେଳା ସକାଶେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *