ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ମାର୍ଯାର କେଶରୀ ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ଦୀର୍ଘ ୫ ଦିନ ଧରି ଆଜି ତାର ସମାପ୍ତି ହୋଇଛି। ପାଞ୍ଚ ଦିନ ଧରି ହୋଇଥିବା ବିଶ୍ଵ ଶାନ୍ତି ମହାଯଜ୍ଞ ରେ ୧ଲକ୍ଷ ୨୫ ହଜାର ନୃସିଂହ ବୀଜମନ୍ତ୍ର ଜପ କରାଯାଇ ଥିବା ବେଳେ ୧୨ହଜାର ୫ଶହ ଆହୁତି କରାଯାଇଥିଲା।
ଗତ ମେ ୭ତାରିଖ ରୁ ଆରମ୍ଭ ହୋଇଥିବା ଏହି ଜନ୍ମ ମହୋତ୍ସବ ୧୨ ରାତିରେ ସମାପ୍ତ ହୋଇଛି। ଓଡ଼ିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ମନ୍ତ୍ରୀ ବିଭୂତି ଭୂଷଣ ଜେନା,ବରିଷ୍ଠ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଇରାଶିଷ ଆଚାର୍ଯ୍ୟ,ଟଙ୍କଧର ତ୍ରିପାଠୀ, ସନତ ଗଡତିଆ,ବିଧାୟିକା ବର୍ଷା ସିଂ ବରିହା,ନିହାର ମହାନନ୍ଦ,ଛତିଶଗଡ଼ ସାଂସଦ ରୂପକୁମାରୀ ଚୌଧୁରୀ ପ୍ରମୁଖ ବରଗଡ଼ ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହା ସହ ଟ୍ରଷ୍ଟି ସଭାପତି ତଥା ବିଡ଼ିଓ ଦେବାଶିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୋଷତ୍ତମ ପ୍ରଧାନ ସମେତ ବୈଶାଖ ମେଳା ପରିଚାଳନା ପାଳନ କମିଟି ସଦସ୍ୟ ଥିଲେ ଉପସ୍ଥିତି। ମହାପ୍ରଭୁ ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳାରେ ବରଗଡ଼,ବଲାଙ୍ଗୀର,ନୂଆପଡ଼ା, ସମ୍ବଲପୁର,ସୋନପୁର, କଳାହାଣ୍ଡି ଆଦି ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ହୋଇଥିଲା ସମାଗମ। ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଥିବାରୁ ପାହାଡ଼ର ସୁଭୋଶିତ ସୁମଧୁର ପରିବେଶ, ଚିରସ୍ରୋତା ଝରଣା, ଜଳପ୍ରପାତ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ।
ମହାପ୍ରଭୁଙ୍କ ଜନ୍ମ ମହୋତ୍ସବରେ ଠାକୁରଙ୍କୁ ଦର୍ଶନ କରି ଅତି ସୌଭାଗ୍ୟ ଲାଭ ମିଳୁଥିବାର ବିଶ୍ୱାସ ରହିଛି।ତେଣୁକରି ଏ ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା ଥିବା ଭକ୍ତଙ୍କ ସମାଗମ ଦେଖିବାକୁ ମିଲିଥାଏ।ଆହୁରି ମଧ୍ୟ ଦୀର୍ଘ ୧୮ କି.ମି. ପାହାଡିଆ ରାସ୍ତାରେ ଚାଲି ଚାଲି ଗନ୍ଧମାର୍ଦ୍ଦନ ପାହାଡ଼ର ଆରପଟ ହରିଶଙ୍କର ମନ୍ଦିର ମହାପ୍ରଭୁ ଙ୍କ ଦର୍ଶନ କରିବାର ଆଉ ଏକ ସୌଭାଗ୍ୟ ଲାଭ ପାଇଥାନ୍ତି ଭକ୍ତ। ଛୋଟରୁ ବଡ ସମସ୍ତଙ୍କ ପାଇଁ ଏ ଚଲାପଥ ଆଉ ଏକ ଅପୂର୍ବ ସୁଯୋଗ ହାତଛଡ଼ା ନ କରି ଭକ୍ତମାନେ ନୃସିଂହ ଠାକୁର ଓ ହରିଶଙ୍କର ମହାପ୍ରଭୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କାମନା କରିଛନ୍ତି। ଯାହାକି ଅଞ୍ଚଳରେ ଭକ୍ତି ଭାବର ଆଗେବ ସୃଷ୍ଟି ପରିଲକ୍ଷିତ ହୋଇଥାଏ।ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ଯାତ୍ରା ର ଆଜି ପରିସମାପ୍ତି ହୋଇଛି।
ସଂସ୍କୃତିକ ମଣ୍ଡପରେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରହିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଉପଢୋକନ ଓ ମାନପତ୍ର ଦେଇ କରାଯାଇଥିଲା ସମ୍ମାନିତ।
ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ଦୀର୍ଘ ୬ ଦିନ ଧରି ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିବାରୁ ମନ୍ଦିର ଟ୍ରଷ୍ଟି ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ସାଧାରଣ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ।
ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ : ବୈଶାଖ ମେଳା ପୂର୍ଣ୍ଣାହୁତି !!!

