ଜରାଜୀର୍ଣ ଅବସ୍ଥାରେ ତାଳବସ୍ତର ସର୍ବ ବୃହତ ପୋଖରୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଜିଲ୍ଲାର ସର୍ବ ବୃହତ ଗ୍ରାମ ପଂଚାୟତ ହେଉଛି ବାଙ୍କୀ ଡମପଡାର ତାଳବସ୍ତ ଗ୍ରାମ | ଏହି ପଂଚାୟତରେ ବସବାସ କରୁଥିବା ପ୍ରାୟ କୋଡିଏ ହଜାରରୁ ଉର୍ଦ୍ଧ ଲୋକ ଗାଧେଇବା ଏବଂ ଅନ୍ୟ ବ୍ୟବହାର୍ଯ୍ୟ କର୍ମ ପାଇଁ ପୋଖରୀ ଉପରେ ନିର୍ଭର କରନ୍ତି । ହେଲେ ତିନିବର୍ଷ ହେବ ତାଳବସ୍ତ ଗ୍ରାମର କୌଣସି ବି ପୋଖରୀ ଥରେ ହେଲେ ସଫା ହୋଇନାହିଁ । ଯାହା ଫଳରେ ସେହି ପୋଖରୀ ମାନଙ୍କର ପାଣି ଏବେ ବିଷାକ୍ତ ଏବଂ ପ୍ରଦୂଷିତ ହୋଇଅଛି । ବାବା କପିଳେଶ୍ୱର ମନ୍ଦିର ନିକଟରେରେ ବାଙ୍କୀ ଅଂଚଳର ଚମ୍ପା ଦେଇ ବହୁତ ବଡ ପୁଷ୍କରିଣୀ ଭାବେ ଜଣାଶୁଣା । ହେଲେ ଆଜି ସେ ପୋଖରୀ ଅବହେଳିତ ଅବସ୍ଥାରେ ଅଛି । ସରପଞ୍ଚ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେବି କିଛି ଉର୍ନ୍ନତି କାର୍ଯ୍ୟ ହେଉନାହିଁ । ବର୍ତ୍ତମାନ ସମୟରେ ପୋଖରୀର ପାଣି ବିଷାକ୍ତ ଏବଂ ବ୍ୟବହାର ଉପଯୋଗୀ ନୁହେଁ । ଉକ୍ତ ପୋଖରୀରେ ସ୍ନାନ କରି ତାଳବସ୍ତର ବାସିନ୍ଦା ଚର୍ମ ରୋଗରେ ପୀଡିତ ହେଲେଣି । ବହୁ ଗ୍ରାମବାସୀ ଏହି କାରଣ ପାଇଁ ବହୁତ ଅସନ୍ତୁଷ୍ଟ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତେ ପୋଖରୀ ସଫା ନ ହେବାରୁ ସମସ୍ତ ଗ୍ରାମବାସୀ ଆନ୍ଦୋଳନ କରିବା ଆରମ୍ଭ କରି ଦେଲେଣି । ଯଦି ଏହାର ସ୍ଥାୟୀ ସମାଧାନ ଜଲ୍ଦି ନହୁଏ ତେବେ ଆନ୍ଦୋଳନ ଭୟଙ୍କର ରୂପରେ ହେବ ବୋଲି ଗ୍ରାମ ବାସୀମାନେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *