ଓଡ଼ିଶା ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ଚାଷୀ ପୁଣି ତାହା ଚଢା ଦରରେ କ୍ରୟ କରିଥାନ୍ତି। ବର୍ତ୍ତମାନ୍ ଖରିଫ ଋତୁ ରେ ଧାନ ଚାଷ କରିବା ସକାଶେ ବିହନ ଆବଶ୍ୟକ ହୋଇଥିବାରୁ ଚାଷୀ ଆନ୍ଧ୍ର ବିହନ କ୍ରୟ କରୁଥିବାର ଦେଖିବାକୁ ମିଳିଛି । ଚାଷୀ ପୁଣି ଅଧିକା ଦାମ ରେ ତାହା କ୍ରୟ କରୁଛନ୍ତି । ସେମାନେ କହିବା କଥା ହେଲା ଏହି ବିହନ ଉତ୍କଷ୍ଟ ସଫା କେଳି, ବାଳୁଙ୍ଗା ନଥାଏ । ଓ ସବୁ ଧାନ ସତ ପ୍ରତିଶତ ଉଠି ଥାଏ । ଭଲ ଅମଳ ହୋଇଥାଏ ବୋଲି ପ୍ରକାଶ କରୁଛନ୍ତି ଚାଷୀ । ଓଡ଼ିଶା ଚାଷୀ ସକାଶେ ରିହାତି ଦରରେ ଧାନ ବିହନ ଯୋଗାଇ ଦିଆଯାଉଛି ! ସମବାୟ ସମିତି, ଡିଲର ମାଧ୍ୟମରେ , କିନ୍ତୁ ଚାଷୀ ଆନ୍ଧ୍ର ବିହନ ପ୍ରତି ଆକୃଷ୍ଟ ହେଉଛନ୍ତି । ଚାଷୀ ଙ୍କ ପ୍ରତି ଚଳିତ ବର୍ଷ ଅଧିକ ଆଠ ସହ ଟଙ୍କ। ସହାୟତା ପ୍ରଦାନ କରାଗଲା , ହେଲେ ମଧ୍ୟ ଚାଷୀଙ୍କର ଆନ୍ଧ୍ର ବିହନ ପ୍ରୀତି ରହୁଛି । ସହର ରେ ଡିଲର ମାନେ ଓ ପେଷ୍ଟିଶାଇଡ ଦୋକାନ ମାନେ ମଧ୍ୟ ବିକ୍ରି ବଟା କରୁଛନ୍ତି । ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଭଳି ସମସ୍ୟା ସୃଷ୍ଟି ହେଉଥିବାର କହୁଥିବା ବେଳେ ସରକାରୀ ବିହନ ରେ କେଳି, ବାଳୁଙ୍ଗା ରହୁଛି ବୋଲି ଚାଷୀ କୁଳ ଅଭିଯୋଗ କରିଛନ୍ତି ! ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଚାଷୀ କୁଳ ଉପକୃତ ହେବେ ବୋଲି ଆଶା କରାଯାଉଛି !

Leave a Reply

Your email address will not be published. Required fields are marked *