ନିଜିଗଡ ସେବା ସମବାୟ ସମିତିରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ନିଜିଗଡ ସେବା ସମବାୟ ସମିତିରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳିତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ଥିବା ନିଜିଗଡ ସେବା ସମବାୟ ସମିତିରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟ କ୍ରମରେ ARCS ବିରଜାନନ୍ଦ ଦାସ ,RMC ର ସମ୍ପାଦକ , ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା,ଓ ସମବାୟ ସମିତିର ଉପସଭାନେତ୍ରୀ ମମତା ପାଇକ ପ୍ରମୁଖ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମିତି ର ଡାଇରେକ୍ଟର ଚକ୍ରଧର ଦାସ,ପ୍ରିୟରଞ୍ଜନ ଆଚାର୍ଯ୍ୟ ,ସୁବାସ ନାଠି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ l ଶେଷରେ ସମିତି ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *