ମାଆ ଭଗବତୀ ଉତ୍ପାଦକ ଗୋଷ୍ଠୀ ର ଶୁଭାରମ୍ଭ : ସାବଲମ୍ବି ହେବେ ମହିଳା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ର ୨୯ ଜଣ ମହିଳାଙ୍କୁ ନେଇ ଗଢ଼ି ହୋଇଥିବା ମାଆ ଭଗବତୀ ଉତ୍ପାଦକ ଗୋଷ୍ଟି ର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ନୃତନ ଭାବରେ ଗଢ଼ି ହୋଇଥିବା ମାଆ ଭଗବତୀ ଉତ୍ପାଦକ ଗୋଷ୍ଟି ର ସମସ୍ତ ମହିଳା ନିଜେ ସାବଲମ୍ବି ହେବା ସହ ଅନ୍ୟ ମହିଳା ମାନଙ୍କୁ ସାବଲମ୍ବି କରିବାର ଲକ୍ଷ ରଖିଛନ୍ତି । ମହିଳା, ପୁରୁଷ ଓ ଛାତ୍ର ଛାତ୍ରୀ ମାନଙ୍କ ପୋଷାକ ତିଆରି କରି ସାବଲମ୍ବି ହେଉଛନ୍ତି ମାଆ ଭଗବତୀ ଉତ୍ପାଦକ ଗୋଷ୍ଟି ର ମହିଳା ମାନେ । ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇ ଉତ୍ପାଦକ ଗୋଷ୍ଟି ର କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବ୍ଲକ ଓଏଲମ୍ କୋଡ଼ିନେଟର୍ ପ୍ରଶାନ୍ତ ମିଶ୍ର ଯୋଗ ଦେଇଥିଲେ । ମାଆ ଭଗବତୀ ଉତ୍ପାଦକ ଗୋଷ୍ଟି ର ସଭାନେତ୍ରୀ ମିନା କୁମାରୀ ସ୍ୱାଇଁ , ସମ୍ପାଦିକା ସସ୍ମିତା ମହାରଥୀ, କୋଷାଧ୍ୟକ୍ଷା ମିତା ମୁଦୁଲି ଓ ଉଦଗି ମିତ୍ର ପୁଷ୍ପାଞ୍ଜଳି ନାୟକ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଅପରପଟେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ କୁ ଆର୍ଥିକ ସହାୟତା କରାଯାଇ ପାରନ୍ତା ତେବେ ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ପ୍ରତ୍ୟେକ ପର୍ବ ପର୍ବାଣୀରେ ଗୋଷ୍ଠୀର ମହିଳା ମାନଙ୍କ ତାଙ୍କ ହାତ ତିଆରି ସାମଗ୍ରୀ ଷ୍ଟଲ କରି ନିଜର ବ୍ୟବସାୟ କରିବା ସହ ଆଗକୁ ଆହୁରି ଉନ୍ନତ ମାନର କାମ କରି ପାରିବେ ବୋଲି ଗୋଷ୍ଠୀର ମହିଳା ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *