ଲଗାଣ ବର୍ଷାରେ ଘର ଭାଙ୍ଗିଗଲା : ପ୍ରଶାସନ ର ଦେଖା ନାହିଁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଲଗାଣ ବର୍ଷାରେ ଘର ଭାଙ୍ଗିଗଲା , ପ୍ରଶାସନ ର ଦେଖା ନାହିଁ | ଦୁଇଦିନ ତଳେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଙ୍କୀ ଡମପଡା ବ୍ଲକ ଦୁଲଣାପୁର ପଂଚାୟତର ଅରପୁର ଗ୍ରାମରେ ଦେଖିବାକୁ ମିଳିଅଛି ଏପରି ଦୃଶ୍ୟ | ଲଗାଣ ବର୍ଷାରେ ଅରପୁର ବାସିନ୍ଦା ଗୁରୁବାରୀ ବେହେରାଙ୍କ ଦୁଇ ବଖରା ମାଟି କାନ୍ଥର ଚାଳ ଘର ଭାଙ୍ଗି ଯାଇଛି | ପାଖରେ ରହୁଥିବା ନିରାଶ୍ରୟା ବିଧବା ଝିଅ କ୍ରାନ୍ତି ବେହେରା ଜରି ପାଲ ତଳେ ରହୁଛନ୍ତି | ମିଳୁଥିବା ଭତା ଏବଂ ଯୋଗାଣ ବିଭାଗର ଚାଉଳକୁ ସାହାରା କରି ବଂଚୁଥିବା ବାପା ଝିଅ କୋଉଠୁ ଟଙ୍କା ଆଣି ଘର ନିର୍ମାଣ କରିବେ ! ପଂଚାୟତର ସରପଞ୍ଚଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଉତ୍ତର ଆସିଥିଲା ଯେ ବ୍ଲକରୁ କୌଣସି ଖବର ଆସିନାହିଁ କ୍ଷୟକ୍ଷତି ଅନୁସନ୍ଧାନ କରିବା ପାଇଁ | ତାଳବସ୍ତ ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟକୁ ଉଭୟ ବାପ ଝିଅ ଯାଇଥିଲେବି ନିରାଶ ହୋଇ ଫେରିଛନ୍ତି | ଦେଖିବାକୁ ରହିଲା , ଜଙ୍ଗଲ ଜୀବଜନ୍ତୁଙ୍କୁ ଭୟ କରି ଭୋକ ଉପାସରେ ଭଙ୍ଗା କାନ୍ଥ , ଜରି ପାଲ ତଳେ ରହୁଥିବା ଗୁରୁବାରୀ ଏବଂ କାନ୍ତି ବେହେରାଙ୍କ ଉପରେ ଡମପଡା ବ୍ଲକ ପ୍ରଶାସନର କେବେ ନଜର ପଡୁଛି |

Leave a Reply

Your email address will not be published. Required fields are marked *