ବାଣପୁର ସାଇ ମନ୍ଦିର ରେ ଗୁରୁ ପୁର୍ଣିମା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ବାଣପୁର ର ଶିରିଡି ସାଇ ମନ୍ଦିର ଆଜି ପ୍ରତ୍ୟୁଷ ରୁ ଭକ୍ତ ଙ୍କ ଭିଡ଼ ରେ ଚଳ ଚଞ୍ଚଳ ହୋଇ ଉଠିଥିଲା.ଏହାକୁ ବଡ଼ ଧୁମ ଧାମ ରେ ସାଇ ଭକ୍ତ ମାନେ ପାଳନ କରିଛନ୍ତି. ଏହି ଉପଲକ୍ଷେ ପ୍ରତ୍ୟୁଷ ରେ କାକଡ଼ ଆରତି ପରେ ଶିରିଡି ସାଇ ବାବା ଙ୍କ ମହାସ୍ନାନ ପରେ ହୋମ୍ୱାଦିକର୍ମ ଅନୁଷ୍ଠିତ ହୋଇଥିଲା.ଏହି ହୋମ କାର୍ଯ୍ୟକ୍ରମ କୁ କର୍ତ୍ତା ସୁନୀଲ କୁମାର ସୁବୁଦ୍ଧି ସପତ୍ନୀକ ନିର୍ବାହ କରିଥିଲେ. ମଧ୍ୟାହ୍ନରେ ଆରତୀ ପରେ ପ୍ରସାଦ ସେବନ କରାଯାଇ ଥିଲା ସନ୍ଧ୍ୟା ଆରତୀ ପରେ ବାବାଙ୍କ ଏକ ଭବ୍ୟ ପାଲିଙ୍କି ଶୋଭାଯାତ୍ରାରେ ସହ ସହ ଶ୍ରଦ୍ଧାଳୁ ବାବାଙ୍କୁ ନେଇ ନଗର ପରିକ୍ରମା କରିଥିଲେ. ପଟୁଆର ସାଙ୍ଗ କୁ ସାଇଧୁନ ତାଳ ତାଳ ରେ ଶ୍ରଦ୍ଧାଳୁ ମାନେ ପାଲିଙ୍କି କାନ୍ଧେଇ ନଗର ପରିକ୍ରମା ର ବେଶ ମନମୁଗ୍ଧକର ହୋଇଥିଲା.ସେହିପରି ବାଣପୁର ର ସତ୍ୟ ସାଇ ମନ୍ଦିର ରେ ମଧ୍ୟ ଗୁରୁପୂର୍ଣ୍ଣିମା ମହା ସମାରୋହ ରେ ପାଳନ କରାଯାଇଛି !

Leave a Reply

Your email address will not be published. Required fields are marked *