ତାଳବସ୍ତ ଗ୍ରାମର ଓମ୍ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ନାଟ୍ୟ ସଂସଦର ୧୦ମ ବାର୍ଷିକ ଉତ୍ସବ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ଓମ୍ ଶ୍ରୀ ଶ୍ରୀ ବାବା କପିଳେଶ୍ୱର ନାଟ୍ୟ ସଂସଦର ୧୦ମ ବାର୍ଷିକ ଉତ୍ସବ ଆୟୋଜିତ ! ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ସ୍ଥାନୀୟ ରଜମହୋତ୍ସବ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ସଂପାଦକ ବିଶ୍ୱରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପ୍ରଭୁ କପିଳେଶ୍ୱରଙ୍କ ନାମରେ ନାମିତ ଏହି ନାଟ୍ୟ ସଂସଦ ଭାଇଚାରାର ସଂପର୍କ ସୃଷ୍ଟି କରିବା ସହିତ ଗ୍ରାମର ଯୁବକ ଯୁବତୀମାନେ ଏକାଠୀ ହୋଇ ଗ୍ରାମର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ଅବିନାଶ ପଟ୍ଟନାୟକ ଯୋଗଦାନ କରି ଅନୁଷ୍ଠାନର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେମାନଙ୍କୁ ବଧେଇ ଜଣେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ବାଙ୍କୀ ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ ସମିତି ସଭ୍ୟଙ୍କ ପ୍ରତିନିଧି ରାଜକିଶୋର ମହାନ୍ତି ଯୋଗଦାନ କରି ଗ୍ରାମର ଐତିହ୍ୟ ଓ ଏ ଦେବାଦେବୀ ମନ୍ଦିରଙ୍କ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୁବ ସମାଜସେବୀ ଅକ୍ଷୟ କୁମାର ସାମଲ, କବି ଲଲାଟେନ୍ଦୁ ପଣ୍ଡା, ତାଳବସ୍ତ ଫାଣ୍ଡି ଅଧିକାରୀ ରତ୍ନାକର ପ୍ରଧାନ, ପ୍ରକୃତିପ୍ରେମୀ ମାନସ କୁମାର ବେହେରା ପ୍ରମୁଖ ଯୋଗଦାନ କରି ଯୁବସମାଜଙ୍କୁ ଏକାଠି ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ | । ସମାଜସେବୀ ମାନସ କୁମାର ବେହେରା, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସମାଜସେବୀ ପ୍ରଫୁଲ୍ଲ କୁମାର ସାମଲ, କବି ଦିବ୍ୟଜ୍ୟୋତି ପ୍ରସାଦ, ନାଟ୍ୟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦେବତା, କ୍ରୀଡ଼ାବିତ ଲିଟନ୍ କୁମାର ପାଲ୍‌, ସିଲୁ ବେହେରା ଓ ବାଉଁଶ ବେତ ଶିଳ୍ପୀ ଏକାଦଶୀ ବାରିକଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥି ବୃନ୍ଦ ସମ୍ବର୍ଦ୍ଦିତ କରିଥିଲେ । ପ୍ରିତିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସୁରେଶ ଦେବତାଙ୍କ ନିର୍ଦ୍ଦେଶିତ ନାଟକ “ଜନମ ନେଇଛି କାନ୍ଦିବା ପାଇଁ ” ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦେବରାଜ ବେହେରା, ବିଜୟ ମହାନ୍ତି , ସୁଦାମ ପ୍ରଧାନ , ସଂଗ୍ରାମ ରାଜ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *