ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରାବଣ ମାସରେ ରାମଲିଙ୍ଗେଶ୍ୱର ମନ୍ଦିର ରେ ଭକ୍ତ ଙ୍କ ସମାଗମ ସହ କାଉଡିଆ ଙ୍କ ଭିଡ଼ ଜମୁଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମ ଲିଙ୍ଗେଶ୍ୱର ମନ୍ଦିର ରେ ଶ୍ରାବଣ ମାସରେ ଭକ୍ତଙ୍କ ଗହଳି ସହ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରାବଣ ମାସ ରେ ଶିବଙ୍କୁ ଜଳଭିସେକ କଲେ ମନସ୍କାମନା ପୁରଣ ହୋଇଥାଏ । ପୁଣ୍ୟ ଅର୍ଜନ କରିବା ସକାଶେ ବିଭିନ୍ନ ସ୍ଥାନରୁ କାଉଡ଼ିଆ ମାନେ ଜଳ ଧରି ଚାଲି ଚାଲି ଶିବଙ୍କ ନାମ ଧରି ଶିବ ମନ୍ଦିର ରେ ପହଞ୍ଚି ଜଳ ଅଭିଷେକ କରିଥାନ୍ତି ।
ଶ୍ରାବଣ ମାସରେ ରାମଲିଙ୍ଗେଶ୍ୱର ମନ୍ଦିର ରେ ଭକ୍ତ ଙ୍କ ସମାଗମ ସହ କାଉଡିଆ ଙ୍କ ଭିଡ଼ !!!

