ତାଳବସ୍ତ ଶ୍ରୀ ବିଦ୍ୟାନିକେତନ ପରିସରରେ ବୃକ୍ଷରୋପଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଅଂଚଳର ଶିଶୁ ଇଂରାଜୀ ଖେଳ ଶିକ୍ଷା ଅନୁଷ୍ଠାନ ଶ୍ରୀ ବିଦ୍ୟା ବାଟିକା ତରଫରୁ ଶ୍ରୀ ବିଦ୍ୟା ବାଟିକା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ନାୟକଙ୍କ ପରିଚାଳନାରେ ବୃକ୍ଷରୋପଣ ଏବଂ ତାହାର ପରିବେଶ ଉପରେ ପ୍ରଭାବ ଉପରେ ଆଲୋଚନା ଚକ୍ରରେ ଆମର ଉତ୍ତର ଦାୟିତ୍ୱକୁ ନିଭେଇବାକୁ ଉପଦେଶ ଦେଇଥିଲେ | ଶ୍ରୀରାମ କମିଟିର ସଭାପତି ତଥା ଯୁବ ସମାଜସେବୀ ବିଶ୍ୱ ରଞ୍ଜନ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଗଛର ଉପକାରିତାକୁ ନେଇ ପ୍ରଚାର ପତ୍ର ବଣ୍ଟନ ସହିତ ବିଦ୍ୟାଳୟ ଠାରୁ ଚେକ ଗେଟ ଛକ ପର୍ଯ୍ୟନ୍ତ ଶିଶୁ ମାନେ ପ୍ଲାକାର୍ଡ ଧରି ଭ୍ରମଣ କରିଥିଲେ | ସ୍ଥାନୀୟ ବୁଦ୍ଧିଜୀବୀ ବିଦ୍ୟାଳୟର ଏପରି ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି | ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ , ପୂଜାରାଣୀ ମନ୍ତ୍ରୀ, ଚିନ୍ମୟୀ ବାରିକ, ଚନ୍ଦନ ବେହେରା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *