ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜ୍ୟ ସରକାର ନାରୀ ଙ୍କୁ ସୁରକ୍ଷା ଦେବାରେ ହୋଇଛନ୍ତି ବିଫଳ ! ଦିନ କୁ ଦିନ ବଢୁଛି ମହିଳା ହିଂସା ଜନିତ ଅପରାଧ ! ଏପରିକି ସୁରକ୍ଷା କୁ କଡାକଡି କରିବା ବଦଳରେ ରେଭେନ୍ସା ରେ ପାଞ୍ଚଟା ପରେ ଛାତ୍ରୀ ଙ୍କ ପ୍ରବେଶ ଉପରେ କଟକଣା ନେଇ ବିଜ୍ଞପ୍ତି ! ଏହା ସରକାରଙ୍କ ଅପାରଗତା ସୂଚାଉଛି ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ଓଡିଶା ସଭାପତି ନିଶିକାନ୍ତ ମହାପାତ୍ର ! ବିଗତ ଦିନରେ ରାଜ୍ୟରେ ବହୁ ସ୍ପର୍ଶକାତର ଘଟଣା ଘଟି ନାରୀ ସୁରକ୍ଷା ବିପନ୍ନ ହୋଇଥିବାରୁ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି ! ରାଜଧାନୀ ଲୋୟର ପିଏମଜି ରେ ପ୍ରତିବାଦ କରି ବିକ୍ଷୋଭ କରିବା ସହ ସରକାର ଙ୍କୁ କାଠଗଡ଼ା କୁ ଟାଣିଛନ୍ତି ଆନ୍ଦୋଳନକାରୀ !


