ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ବୁକୁରେ ସରକାରକୁ ଶୁଣାଇଲେ ମରମ କଥା ! ନିର୍ବାଚନ ପୂର୍ବରୁ କଣ ଥିଲା ପ୍ରତିଶ୍ରୁତି , ଆଉ ଏବେ ଚାଲିଛି କଣ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଖୋଲା ମଞ୍ଚରେ ମୁକ୍ତ ସ୍ୱର କାର୍ଯ୍ୟକ୍ରମ ! ରାଜଧାନୀ ଜୟଦେବ ଭବନ ପାର୍କିଙ୍ଗ ପ୍ଲେସ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଡିଜିଟାଲ ମିଡ଼ିଆ ପ୍ରତିନିଧି , ସାମାଜିକ କର୍ମୀ , ଆଇନଜୀବୀ , ବରିଷ୍ଠ ସାମ୍ବାଦିକ , ରାଜନୈତିକ ବ୍ୟକ୍ତିତ୍ୱ ଉପସ୍ଥିତ ରହି ଅପ୍ରିୟ ସତ କଥା କୁ ମୁକ୍ତ ସ୍ୱର ରେ କହିଥିଲେ ! ସଂଗଠନର ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଘ ସାଧାରଣ ସମ୍ପାଦକ କାହ୍ନା ନାୟକ ସଂଯୋଜନା କରିଥିଲେ ! ମାଲକାନଗିରି ର ଡିଜିଟାଲ ମିଡିଆ ସାମ୍ବାଦିକ ଙ୍କୁ ନିର୍ମମ ହତ୍ୟା , ବାଲେଶ୍ବର ଏଫ ଏମ କଲେଜ ଘଟଣା , ବଳଙ୍ଗା , ବଡମ୍ବା ଘଟଣା ଠାରୁ ଆରମ୍ଭ କରି ରାଜନୈତିକ ହଇଚଇ ପର୍ଯ୍ୟନ୍ତ ବିଭିନ୍ନ ଘଟଣା ଉପରେ ମତାମତ ରଖିଥିଲେ ନିମନ୍ତ୍ରିତ ବକ୍ତା ! ଖୋଲା ମଞ୍ଚରେ ମୁକ୍ତ ସ୍ୱରରେ ପ୍ରକାଶିତ ଅପ୍ରିୟ ସତ୍ୟ ସରକାର ଙ୍କ ପାଖରେ ପହଂଚିବା ନେଇ କହିଛନ୍ତି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ ! ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମିଡ଼ିଆ ସଂଯୋଜକ ବର୍ଷା ଦାସ , ସଦସ୍ୟତା ସଂଯୋଜକ ବସନ୍ତ ପ୍ରଧାନ , ବରିଷ୍ଠ ସଦସ୍ୟ ସୁବାଷ ଚନ୍ଦ୍ର ଦାଶ ,ସ୍ମୃତି ରଞ୍ଜନ ମଲ୍ଲିକ , ସର୍ବେଶ୍ୱର ନାୟକ , କ୍ଷୀରୋଦ ଚନ୍ଦ୍ର ନାୟକ , ଅଜୟ ପଣ୍ଡା ଉପସ୍ଥିତ ଥିବା ସମୟରେ ସଦସ୍ୟ ସୁବ୍ରତ କୁମାର ନାୟକ , ପ୍ରଦୀପ ରାଜ , ସୋମନାଥ ବେହେରା , ମାନସ ବାରିକ , ସୂର୍ଯ୍ୟକାନ୍ତ ଦଳେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ତେବେ ଆୟୋଜିତ କାର୍ଯ୍ୟକ୍ରମ ପ୍ରତି ସାଧାରଣ ଲୋକଙ୍କ ଉତ୍ସାହ କୁ ଦେଖି ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଖୁବ ଶୀଘ୍ର ଖୋଲା ମଂଚ ପାର୍ଟ ଟୁ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ସଂଘ ର ସଦସ୍ୟ !


