ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ 79 ତମ ସ୍ଵାଧୀନତା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ 79 ତମ ସ୍ଵାଧୀନତା ଦିବସ ପାଳିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ନିକଟରେ ଥିବା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ନିର୍ମିତ ନୂତନ କୋଠା ଗୃହ ଠାରେ 79 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ସଭାପତି ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ସୁଦାମ ପାଳଙ୍କ ସମେତ ବହୁ ଡିପ୍ଲୋମା ଇଂଜିନିୟର ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *