ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ବଙ୍ଗିଦା ଗ୍ରାମପଞ୍ଚାୟତର ମଙ୍ଗଳପୁର ଗ୍ରାମରେ ସୈନିକର ଗାଥା, ଶିଳା ସୈନିକର ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଅଂଚଳର ସୁନାମଧନ୍ୟ ଶିକ୍ଷାବିତ ନଗେନ୍ଦ୍ର କୁମାର ଦତ୍ତ ତାଙ୍କ ପିତା ମେଜର ଚନ୍ଦ୍ର ଶେଖର ଦତ୍ତଙ୍କ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମଟି ଆୟୋଜନ କରିଥିଲେ I କାର୍ଯ୍ୟକ୍ରମର ଆରମ୍ଭରେ ଗୁରୁକୁଳ ଆଶ୍ରମର ଛାତ୍ର ମାନେ ବେଦ ପାଠ କରିବା ସହିତ “ରାଷ୍ଟ୍ର ପ୍ରୀତି ଧର୍ମ ଆମର, ସୈନିକ ଆମର ରାଷ୍ଟ୍ର ବୀର” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା I ଏହି ଉତ୍ସବରେ ଭୁବନେଶ୍ୱର ସୈନିକ ସ୍କୁଲର ଅଧକ୍ଷ କର୍ଣ୍ଣଲ ପଙ୍କଜ କୁମାର, ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚିପି କମିଶନର କାଳିପ୍ରସାଦ ମିଶ୍ର, ଅବସର ପ୍ରାପ୍ତ ଭାରତୀୟ ସେବା ଅଧିକାରୀ ନିରଞ୍ଜନ ସାହୁ, ଭୁବନେଶ୍ୱର ଆନନ୍ଦ ମାର୍ଗ ସ୍କୁଲର ଅଧକ୍ଷ ଆଚାର୍ଯ୍ୟ ପ୍ରଭଦ୍ରା ନନ୍ଦ ଅବଧୂତ, ସ୍କାଉଟ ଅଧିକାରୀ ସ୍ୱାଧୀନ କୁମାର ପଣ୍ଡା, ଅବସର ପ୍ରାପ୍ତ ସୈନିକ ଉମେଶ କୁମାର ଚଇନି ଓ ଅନେକ ଅବସର ସେନା କର୍ମଚାରୀ ଏବଂ ଆଖପାଖରୁ ପାଖାପାଖି 100 ଅଧିକ ସ୍କାଉଟ ଗାଇଡ଼ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ I ପରିଶେଷରେ ନଗେନ୍ଦ୍ର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ I
ଶିଳା ସୈନିକର ସମର୍ପଣ ଉତ୍ସବ !!!

