ଗଜପତି // ଭୁବନେଶ୍ଵର ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିବସର ଆରମ୍ଭ ପୂର୍ବରୁ ବିଧାନସଭା ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଏକ ପେଡ ମା କେ ନାମ୍ ଦ୍ଵାରା ପରିଚାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମ , ବିଧାନସଭା ଅଧବେଶନ ପୂର୍ବରୁ ମାନ୍ୟବର ପାରଳା ବିଧାୟକ ଶ୍ରୀଯୁକ୍ତ ରୂପେଶ ପାଣଗ୍ରାହୀ ବିଧାନସଭା ପରିସର ରେ ଏକ ବୃକ୍ଷ ରୋପଣ କରିଥିଲେ , ପାରଳା ବିଧାୟକ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ , ଦୁଇ ଉପ ମୁଖ୍ୟମନ୍ତ୍ରୀ , ସମସ୍ତ ମନ୍ତ୍ରୀ ଓ ବିଧାୟକ ମାନେ ମଧ୍ୟ ବୃ୍ଷରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ , ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ “ଏକ୍ ପେଡ୍ ମା କେ ନାମ୍ ୨.୦” ଚାରା ରୋପଣ ଅଭିଯାନ ସମସ୍ତେ ସାମିଲ ହୋଇ ଆମ ଜନ୍ମ ଦାତ୍ରୀ ମା ପ୍ରତୀ ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା ର ସୁରକ୍ଷା ପାଇଁ ଗଛଟିଏ ଲଗାଇବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସ କୁ ସ୍ମରଣୀୟ କରିବା ସହିତ ଏକ ସବୁଜ ସୁନ୍ଦର ଧରିତ୍ରୀ ର ସ୍ୱପ୍ନ କୁ ସାକାର କରିବାପାଇଁ ମା ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ସମସ୍ତେ ଏକ ମନରେ ସଂକଳ୍ପ କରିବା ଗଛ ଲଗେଇବା, ମିଳିମିଶି ଆମ ପରିବେଶ ର ଯତ୍ନ ନେବା, ଭବିଷ୍ୟତ ପିଢୀ ପାଇଁ ଏକ ସୁନ୍ଦର ପୃଥିବି ଗଢି ତୋଳିବାକୁ ଆହ୍ୱାନ କରିଥିଲେ ।
ବିଧାନସଭା ପରିସର ମଧ୍ୟରେ ବୃକ୍ଷରୋପଣ କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ !!!

