ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଦାୟ ନେଲେ ମା , ପୁଣି ଆର ବର୍ଷ କୁ ଅପେକ୍ଷା ! ଧରା ପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ ମାଆ ଦୁର୍ଗା ! ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା । ଆଜି ଧରା ପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ ଜନନୀ ମାଆ ଦୁର୍ଗା ! ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହି ଛକ ଓ କାର୍ଯ୍ୟାଳୟରେ ହେଉଥିବା ଦୁର୍ଗା ପୂଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ଭଷାଣି ଉତ୍ସବ ଚାଲିଛି । ପାରମ୍ପରିକ ଆଦିବାସୀ ବାଦ୍ୟ ବାଜଣା ସହ ବାଣ ଫୁଟାଇ ଖୁସିର ସହିତ ସହର ପରିକ୍ରମା କରି ମାଆଙ୍କୁ ମେଲାଣି ଦେଉଛନ୍ତି ଭକ୍ତ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ଧରା ପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ ମାଆ ଦୁର୍ଗା !!!

