ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବୋଷ କିଡ଼ସ ପ୍ଲେ ସ୍କୁଲ ପରିସରରେ ଆଗାମୀ ମହେନ୍ଦ୍ର ତନୟା ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ” ପ୍ରେସ ମିଟ ” ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ” ପ୍ରେସ ମିଟ ” ରେ ଗଜପତି ର ସମସ୍ତ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ । ୩୦.୧୧. ୨୦୨୫ରେ “କଳସ ଯାତ୍ରା ” ସକାଳ ୮ ଘଂଟିକା ସମୟରେ କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ ସଂଧ୍ୟା ରେ ବୈଠକ, ପୁରସ୍କାର ବିତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗଜପତି ଷ୍ଟାଡିୟମ ମୁକ୍ତ ମଞ୍ଚରେ ଅନୁଷ୍ଠିତ ହେବ । ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଭା ଙ୍କୁ ଏହି ମଞ୍ଚରେ ସମ୍ମାନୀତ କରାଯିବା ସହ ଗଜପତି ର ସାରସ୍ବତ, ସାଂସ୍କୃତିକ ପରିବେଶକୁ ପ୍ରଚାର ପ୍ରସାର କରାଯିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ଶିକ୍ଷା , ଶିଶୁ, ମହିଳା ସେବା କାର୍ଯ୍ୟ କରି ଆସୁଥିବା ମହାନ ବ୍ୟକ୍ତି ବିଶେଷ ଙ୍କୁ ମହେନ୍ଦ୍ର ତନୟା ମହୋତ୍ସବ ମଞ୍ଚ ରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଆଇକୋନ ଆୱାର୍ଡ ୨୦୨୫ ରେ ସମ୍ମାନୀତ କରାଯିବା କାର୍ଯ୍ୟକ୍ରମ ରହିଛି । ଏହି ପ୍ରେସ ମିଟ ରେ ନିର୍ଦେଶକ ଡ଼ଃ. ଆଲୋକ କୁମାର ବୋଷ, ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା, ଉପ ସଭାପତି ଜ୍ଞାନ ରଞ୍ଜନ ଜେନା, ଉପ ସଭାପତି ଡ଼ି ଜଗନ୍ନାଥ ରାଓ, କାର୍ଯ୍ୟକାରିଣି ସମ୍ପାଦକ କିଶୋର ଚନ୍ଦ୍ର ଦାସ, ଜି. ନବୀନ କୁମାର, ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ କୁମାର ପାତ୍ର ଓ ଅଭୟ କୁମାର ବୋଷ ଯୋଗଦାନ କରି ନିଜର ଗଠନ ମୂଳକ ଚିନ୍ତନ ପ୍ରଦାନ କରିଥିଲେ । ଶେଷରେ ବାଳକୃଷ ପାଣିଗ୍ରାହୀ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଆସନ୍ତା ମାସ ରେ ହେବାକୁ ଥିବା ମହେନ୍ଦ୍ରତନୟା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ !!!

