ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ କଟକ ମୁଖ୍ୟରାସ୍ତାର ପାଥପୁର ଗ୍ରାମ୍ୟ ରାସ୍ତା ଅତିକ୍ରମ କରୁଛନ୍ତି ଜଙ୍ଗଲୀ ହାତୀ ! ଆଜିକୁ ଦୁଇଦିନ ହେବ ସକାଳେ ବାଙ୍କୀ କଟକ ମୁଖ୍ୟରାସ୍ତାର ପାଥପୁର, ଭଗିପୁର ଗ୍ରାମ୍ୟ ରାସ୍ତାରେ ଅତିକ୍ରମ କରୁଛନ୍ତି ଜଙ୍ଗଲୀ ହାତୀ | ରାସ୍ତାରେ ଗମନା ଗମନ କରୁଥିବା ଗାଡି ମଟର ସବୁ ବନ୍ଦ ରହୁଛି | ଲୋକ ମାନେ ଭୟରେ ଧାଁ ଧପଡ଼ କରୁଛନ୍ତି | ହାତୀମାନେ କେବଳ ପାଣି ପିଇବା ବାହାନାରେ ମହାନଦୀକୁ ଆସୁଛନ୍ତି | ଚନ୍ଦକା ଜଙ୍ଗଲ ବିଭାଗ ତରଫରୁ ଅଭ୍ୟାୟରଣ ଭିତରେ ବହୁ ପରିମାଣରେ ଛୋଟ ଜଳାଶୟ ମାନ କରିବାର ଅଛି | ସକାଳ ସମୟରେ ପେଟ୍ରୋଲିଙ୍ଗ କରା ଯାଉନାହିଁ | କୁସୁପଙ୍ଗି, ପାଥପୁର, ଗୟଳବାଙ୍କର ଚାଷୀମାନେ ବହୁତ କ୍ଷତି ସହୁଛନ୍ତି | ପନିପରିବା, ଅମଳ ଧାନ ବିଲ ସବୁକୁ କୁଦିକାଦି ନଷ୍ଟ କରି ଦେଉଛନ୍ତି ଜଙ୍ଗଲି ହାତୀ | ତାଳବସ୍ତ ବନପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଥିଲେ -ଆମ ବିଭାଗ ଶୁଣିଲା ପରେ ହାତୀମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ା ଯାଇଛି | ଲୋକ ମାନଙ୍କୁ ଆମେ ସଚେତନ କରୁଛୁ | ସେ ଯାହା ହେଉ ହାତୀ ଭୟରେ ରହୁଛନ୍ତି ପାଞ୍ଚୋଟି ଗ୍ରାମର ଚାଷୀ ଏବଂ ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀଗଣ |ଲୋକଙ୍କୁ ସୁରକ୍ଷା, ଚାଷ ଜମିର କ୍ଷତି ପୂରଣ ଦେବା ପାଇଁ ଜଙ୍ଗଲ ଏବଂ କୃଷି ବିଭାଗର ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ପଡ଼ୁ |
ସକାଳ ପାଇଲେ, ପାଥପୁର ରାସ୍ତାରେ ହାତୀପଲ୍ଲ !!!

