କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତରେ ସି.ପି.ଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟିର ଗଭୀର ଶୋକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପୁର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତରେ ସି.ପି.ଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ଗଭୀର ଶୋକ ପ୍ରକାଶ କରିଛି ଓ ତାଙ୍କର ପରିବାରବର୍ଗ ପ୍ରତି ଆନ୍ତରିକ ସମବେଦନା ଜଣାଇଛି ।

ଶ୍ରୀ ଲେଙ୍କା ଦୀର୍ଘଦିନ ଧରି ସାର୍ବଜନୀନ ଜୀବନରେ ସକ୍ରିୟ ରହି ରାଜ୍ୟ ଓ ଦେଶର ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। କେନ୍ଦ୍ରରେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ପାଳନ କରୁଥିବା ସମୟରେ ସେ ଓଡ଼ିଶାର ରେଳ ବିକାଶକୁ ନୂତନ ଦିଗ ଦେଇଥିଲେ।
ତାଙ୍କ ମନ୍ତ୍ରୀତ୍ୱ କାଳରେ ଓଡ଼ିଶା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ —ଖୋର୍ଦ୍ଧାରୋଡ଼–ବଲାଙ୍ଗୀର ରେଳପଥ ଓ ଲାଞ୍ଜିଗଡ଼ ରୋଡ଼–ଜୁନାଗଡ଼ ରେଳପଥ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଲାଭ କରିଥିଲା ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଦୁଇ ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ମୂଖ୍ୟ ରେଳ ଯୋଗାଯୋଗ ସହିତ ଯୋଡ଼ିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ପଛୁଆ ଓ ଅବହେଳିତ ଅଞ୍ଚଳର ଆର୍ଥିକ-ସାମାଜିକ ଉନ୍ନତି ପାଇଁ ଏହାର ଭୂମିକା ସ୍ୱତନ୍ତ୍ର ମହତ୍ତ୍ୱ ରଖେ ।
ଏହି ସଫଳ କାର୍ଯ୍ୟ ପାଇଁ ଶ୍ରୀ କାହ୍ନୁ ଚରଣ ଲେଙ୍କା ଓଡ଼ିଶାବାସୀଙ୍କ ମନରେ ସଦା ସ୍ମରଣୀୟ ହୋଇ ରହିବେ।

ସେ ଜଣେ ସରଳ ଓ ଜନାଭିମୁଖି ରାଜନେତା ଭାବେ ପରିଚିତ ଥିଲେ। ରାଜ୍ୟର ବିକାଶ ପ୍ରତି ତାଙ୍କ ଅବଦାନ ଓ ଦୃଷ୍ଟିଭଙ୍ଗୀ ସଦା ସ୍ମରଣୀୟ ରହିବ।

Leave a Reply

Your email address will not be published. Required fields are marked *