ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀ ଶ୍ରୀ ବାବା ରାଜା ରାଜେଶ୍ୱର ଦେବ ନାଟ୍ୟ ସଂସଦ ବଡହନ୍ତୁଆଡ, ବାଣପୁର ୨୦୨୬ ବର୍ଷରେ ଗୁରୁ ପ୍ରସାଦ ମିଶ୍ରଙ୍କ ରଚନା ଓ ସୁରେଶ ସାର(ଗଞ୍ଜାମ) ଙ୍କ ନିର୍ଦ୍ଦେଶନାରେ ଦଣ୍ଡ ଯାତ୍ରା ଅବସରରେ ଆପଣ ମାନଙ୍କୁ ଭେଟି ଦେବାକୁ ଯାଉଛି ଏ ବର୍ଷର ବିସ୍ପୋରଣ ସାମାଜିକ ନାଟକ “ବାଜିବ ସାହାନାଇ ତୋରି ପାଇଁ” ପବିତ୍ର ମହା ଶିବରାତ୍ରୀ ଅବସରରେ ବାବା ରାଜା ରାଜେଶ୍ୱର ଦେବଙ୍କ ପୀଠ ରେ ନୃତନ ଯାତ୍ରା ବହି ପୂଜା ଅନୁଷ୍ଟିତ ହୋଇ ଯାଇଚି ପ୍ରଥମେ ନାମ ସଙ୍କୀର୍ତ୍ତନ ସହିତ ମନ୍ଦିର ପରିକ୍ରମା ପରେ ପୂଜାର୍ଚ୍ଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନାଟ୍ୟ ସଂସଦର ମ୍ୟାନେଜର ଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିବା ବେଳେ ବଡହନ୍ତୁଆଡ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।।
ବାଣପୁର ଶ୍ରୀ ଶ୍ରୀ ବାବା ରାଜା ରାଜେଶ୍ୱର ଦେବ ନାଟ୍ୟ ସଂସଦ ର ବହି ପୂଜା !!!

