ଦେବସଭା ରେ ଉଠିଲା ମହାଦୀପ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦୀର୍ଘ ପଚାଶ ବର୍ଷ ପୂର୍ତ୍ତି ପରେ ଆରମ୍ଭ ହେଲା ଶିବାର୍ଚ୍ଚନ । ଖଣ୍ଡଗିରି ନିରାଶ ବନ ଦେବସଭା ଉଦୟ ବଟ ଠାରେ ମହାଶିବରାତ୍ରି ରେ ଏକତ୍ରିତ ହୋଇଥିଲେ କିଛି ସାଧୁସନ୍ଥ । ମହାଦେବଙ୍କୁ ଧ୍ୟାନ, ତପସ୍ୟା ଓ ସାଧନା ପାଇଁ ଉକ୍ତ ରାତ୍ରି ଶ୍ରେଷ୍ଠ ମାଧ୍ୟମ ଥିଲା ଏହି ସାଧୁସନ୍ଥଙ୍କ ପାଇଁ । ଏହି ଅବସରରେ ସାମବେଦ ଗାୟନ, ଶିବ ପଞ୍ଚାକ୍ଷର ମନ୍ତ୍ର, ଶତରୁଦ୍ରୀ ପାଠ ହୋଇଥିଲା । ରାତ୍ରିସାରା ଉଜାଗର ରହି ବ୍ରହ୍ମ ମୁହୂର୍ତ୍ତରେ ମୂର୍ତ୍ତିକାରେ ପ୍ରତିଷ୍ଠା ହୋଇଥିବା ଶିବଲିଙ୍ଗକୁ ବିସର୍ଜନ କରାଯାଇଥିଲା । ପଣ୍ଡିତ ଭକ୍ତଚରଣ ଦାଶଙ୍କ ତତ୍ୱାବଧାନ ରେ ରାତ୍ରି ଆଠ ଘଟିକା ଅଣତିରିସ ମିନିଟରେ ମହାଦୀପ ଲିଙ୍ଗରାଜଙ୍କୁ ଦର୍ଶନ କରାଯାଇଥିଲା । ବାବା ମହାକାଳ ସେବକ ମାନସ ସାହୁ, ଅଭିବାବା, ଦୀପକ ବାବା, ଆଲୋକ ବାବା, ଦାସ ବାବା, ବିରଞ୍ଚି ବାବା, ବିମଳ ବାବା, ବାବୁ ସରକାର ଓ ଆମ ପରିବାର ମୁଖ୍ୟ ସତ୍ୟବ୍ରତ ଜେନା । ଏହାସହ ରାମରାଜ୍ୟ ଚଳଚିତ୍ର ର ସ୍କ୍ରିପ୍ଟ ପୂଜା କରାଯାଇଥିଲା ବୋଲି ସମାଜସେବୀ ମହାସଂଘ ସଭାପତି ବାପୁଓଝା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *