ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଆଦର୍ଶ ଯୁବ ପରିଷଦର ଆବାହକ ତଥା ଯୁବ ସମାଜସେବୀ ଅକ୍ଷୟ କୁମାର ସାମଲଙ୍କ କନିଷ୍ଠ ପୁତ୍ର ଅମ୍ରିତ କୁମାର ସାମଲ ଶିକ୍ଷା ବିକାଶ ସମିତି, ଓଡ଼ିଶା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଭାରତୀ କ୍ରିଷ୍ଣା ଗଣିତ ପରୀକ୍ଷାରେ ନବମ ସ୍ଥାନ ଅଧିକାର କରି ବାଙ୍କୀର ନାମକୁ ଗୌରବ ମଣ୍ଡିତ କରିଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାଙ୍କୀର ତୃତୀୟ ଶ୍ରେଣୀର ଛାତ୍ର ଅଟନ୍ତି । ବାଙ୍କୀରୁ ଏକାକୀ ଭାବେଏହି କୃତିତ୍ବ ଅର୍ଜନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ତରଫରୁ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ସ୍ବତନ୍ତ୍ର ଭାବେ ଏକ ସମ୍ବର୍ଦ୍ଧନା ପର୍ବର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରବୀନ୍ଦ୍ର କୁମାର ରାଉତ, ସମ୍ମାନିତ ଅତିଥି ଭାବେ ସଭାକାନ୍ତ ସାହୁ, ବିଦ୍ୟା ମନ୍ଦିରରର ସମ୍ପାଦିକା ପ୍ରିୟଦର୍ଶିନୀ ମିଶ୍ର, ସଭାପତି ସୁରେଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଅମ୍ରିତ କୁମାର ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୃତୀ ଛାତ୍ରଙ୍କ ମାତା ପ୍ରବାଶିନୀ ସାମଲ, ବଡ ଭାଇ ଅମ୍ରିତ କୁମାର ସାମଲ ଓ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର, ଯୁବ ସଂଗଠକ ବିଶ୍ୱ ରଞ୍ଜନ ସ୍ବାଇଁ, ପଣ୍ଡିତ ମନୋଜ କୁମାର ରାଉତଙ୍କ ସମେତ ଅନେକ ବୁଦ୍ଧିଜୀବୀ ଭବିଷ୍ୟତରେ ଅଧିକ ସଫଳତା ପାଇଁ ଆର୍ଶୀବାଦ ପ୍ରଦାନ କରିଛନ୍ତି।
ମେଧାବୀ ଛାତ୍ର ଅମ୍ରିତ କୁମାର ସାମଲଙ୍କ କୃତିତ୍ୱ !!!

