ବାଲୁଗାଁ – ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୬ ନମ୍ବର ଜାତୀୟ ରାଜପଥର ବାଣପୁର ଥାନା ତେନ୍ତୁଳିଡିହ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ସକାଳେ ରାସ୍ତା ପାର୍ଶ୍ଵରେ ଘଞ୍ଚ ବୁଦା ମଧ୍ୟରେ ଗୋଟିଏ ଗଛରେ ଦଉଡିରେ ମୃତଦେହଟି ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରି ନ‌ଥିବା ବେଳେ ତାଙ୍କର ବୟସ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି । ସେ ନୀଳ ରଙ୍ଗର ଗୋଟିଏ ଫୁଲ ପ୍ୟାଣ୍ଟ ଏବଂ ଟି-ସାଟ୍ ପିନ୍ଧିଛନ୍ତି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ସ୍ଥାନଟି ନିକାଞ୍ଚନ ହୋଇଥୁବାରୁ ରାତିରେ ଯୁବକ ଜଣଙ୍କ ଏଠାରେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେଉଁଠାରେ ହତ୍ୟାକରି ଏଠାରେ ଝୁଲାଇ ଦିଆଯାଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *