କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ବିଶ୍ୱକବି ରବିନ୍ଦ୍ରନାଥ ଟାଗୋରଙ୍କ ୧୬୫ ତମ ଜୟନ୍ତୀରେ ୪୨ ମୌଜା ପଟଣା ଗ୍ରାମର ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ଗୃହରେ କବି ବରଙ୍କ ସ୍ମୃତି ଚାରଣ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ମିହିର ନାୟକ ଜନଗଣ ମନ ଅଧିନାୟକର ରଚୟୀତା ରବିନ୍ଦ୍ରନାଥ ଟାଗୋରଙ୍କ କବିତା, ସାହିତ୍ୟ, ଦର୍ଶନ, ନାଟକ ଓ଼ ସଂଗୀତ ରଚନାର ପାରଦର୍ଶିତା ଅର୍ଜନ କରିଥିବା ବିଷୟରେ ଆଲୋଚନା କରିଥିଲେ । ପ୍ରତିଷ୍ଠାନର ବରେଣ୍ୟ ସମ୍ପାଦକ ଜନ ସେବକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରବୀନ୍ଦ୍ର ନାଥ ଟାଗୋରଙ୍କ ୧୬୫ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି !!!

