ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନିକଟରେ ଦଶମ ହାଇସ୍କୁଲ ସାର୍ଟିଫିକେଟ ବୋର୍ଡ ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏଥିରେ ଗଜପତି ଜିଲ୍ଲା ଓଡିଶାର ସର୍ବଶ୍ରେଷ୍ଠ ୯୯.୩୧℅ ପାସ୍ ହାର ରଖିଛି । ଗତବର୍ଷ ମଧ୍ୟ ୯୯.୩୫℅ ପାସ୍ ହାର ରଖି ରାଜ୍ୟରେ ପ୍ରଥମସ୍ଥାନ ଅଧିକାର କରିଥିଲା । ଏଥର ୬ ଜଣ ଏ୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଦୁଃଖର ବିଷୟ ସମସ୍ତ ଏ୧ ଟପର୍ ଗ୍ରାମାଂଚଳ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବ୍ଲକର ୫ ଜଣ ଥିବାବେଳେ ଜଣେ ଗୋଷାଣି ବ୍ଲକର ଅଟନ୍ତି । ସେଥିରୁ ୫ ଜଣ ଝିଅ ଓ ଜଣେ ପୁଅ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଗଜପତି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପାରଳାଖେମୁଣ୍ଡିରେ ୩ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଅଛି । ସେଥିରୁ ୧୦୦ ବର୍ଷର ପୁରାତନ ୨ଟି ବିଦ୍ୟାଳୟ , ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ଓ ମହାରାଜାଙ୍କ ଉଚ୍ଚ ବାଳିକା ବିଦ୍ୟାଳୟ ଅଟେ । ଏହି ବିଦ୍ୟାଳୟ ଗତ ୨୦୦୦ ମସିହା ପର୍ଯ୍ୟନ୍ତ ଭଲ ପରୀକ୍ଷାଫଳ କରୁଥିଲା । ବର୍ତ୍ତମାନ ଏଥିରେ ଏ୧ ପରୀକ୍ଷାଫଳ ହାସଲ କରିବା ମୁସ୍କିଲ ହୋଇ ପଡିଛି । ଆଉଗୋଟିଏ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । ସେଠାରେ ମଧ୍ୟ ବର୍ତ୍ତମାନ ଏ୧ ପାଇବା କାଠିକର ପାଠ । ଏହାଛଡା ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରହିଛି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କ୍ରମାନ୍ୱୟରେ ଏ୧ ରହି ଆସୁଥିବା ବେଳେ ଏହି ବର୍ଷ କେହି ଏ୧ରେ ପାସ୍ କରିନାହାନ୍ତି । ତଥାପି ସେଠାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହିସବୁ ଅନୁଶୀଳନ କଲେ ଗୁଣାତ୍ମକ ଶିକ୍ଷାର ଅଭାବ ସରକାରୀ ସ୍କୁଲରେ ପରିଲିକ୍ଷିତ ହୋଇଛି । ବରଂ କେତେକ ଆଦିବାସୀ ଅଧ୍ୟୁଷିତ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଏ୧ ହାସଲ କରିବାରେ ସଫଳ ହୋଇଛନ୍ତି । ପାରଳାଖେମୁଣ୍ଡି ସରକାରୀ ବିଦ୍ୟାଳୟରେ କିଛି ଅନୁସ୍ରୁଜନ ଚିନ୍ତାଧାରା ବ୍ୟବସ୍ଥା ଜରୁରୀ କହିଛନ୍ତି ଶିକ୍ଷାବିତ୍ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା । ଗୋଟିଏ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଡକାଇ ଗୁଣାତ୍ମକ ଶିକ୍ଷାର ତର୍ଜମା ଆବଶ୍ୟକତା ରହିଛି କହିଛନ୍ତି ରାଜ୍ଯ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା । ୨୦୧୯-୨୦ ଶିକ୍ଷାବର୍ଷରେ ସୁପର ୩୦ ଶ୍ରେଣୀ ଦ୍ୱାରା ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିଲେ । ସେହିଭଳି ବ୍ୟାପକ ଚିନ୍ତାଧାରାର ଆବଶ୍ୟକତା ରହିଛି କହିଛନ୍ତି ଆଉଜଣେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢୀ ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସରକାରୀ ହାଇସ୍କୁଲର ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ଦରକାର !!!

