ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସନ୍ନିକଟ ବାଇପାସ୍ ରାସ୍ତା ନିର୍ମାଣ ନେଇ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସାମାଜିକ ପ୍ରଭାବ ଆକଳନ ସମ୍ବନ୍ଧୀୟ ଜନଶୁଣାଣି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ରାସ୍ତା ଓ କୋଠାବାଡ଼ି ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ସଭାପତିତ୍ୱରେ ଜିଲ୍ଲା ପ୍ରଶାସନ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଭୁବନେଶ୍ୱରର ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ପାରଳା ସହର ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଗଜପତି ଜିଲ୍ଲାର ସାତ ଖଣ୍ଡ ଗ୍ରାମ ଯଥା:- ପାରଳାଖେମୁଣ୍ଡି ତହସିଲ ଅନ୍ତର୍ଗତ ଯାଜପୁର , ଜଗତସିଂହପୁର , ହାତିବାଡ଼ି, ଗୋପୀନାଥ ପୁର , ରେଲିସାହି ଏବଂ ପାରଳାଖେମୁଣ୍ଡି ଖାସପା ଓ ଗୁମ୍ମା ତହସିଲ ଅନ୍ତର୍ଗତ ବେତାଗୁଡ଼ା ଏବଂ ଝାମି ଗ୍ରାମରେ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ ନିମନ୍ତେ ଜନଶୁଣାଣିର ଆବଶ୍ୟକ ଥିବା ବେଳେ ଏହି ଅବସରରେ ଆଜି ପୌର ପରିଷଦ କାର୍ଯ୍ୟାଳୟରେ ପାରଳା ଖାସପା ହାତିବାଡ଼ି- ଗୋପୀନାଥ ପୁର ଏବଂ ରେଲିସାହି ଗ୍ରାମବାସୀଙ୍କ ନିମନ୍ତେ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗ ଦେଇ ଯେଉଁମାନେ ଏହି ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟରେ ପ୍ରଭାବିତ ହେଉଛନ୍ତି , ସେମାନଙ୍କର ଅଭିଯୋଗ ସରକାର ଶୁଣିବେ ବୋଲି ପ୍ରକାଶ କରିଥିଲେ। ଏଇ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୪୬ ମିଟର ଅର୍ଥାତ୍ ୧୫୦ ଫୁଟ ରହିଛି ଏବଂ ଭବିଷ୍ୟତରେ ଯଦି ଏହା ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ ତା ହେଲେ ସରକାର ଏଥି ପାଇଁ ଅଧିକା ଜମି ମଧ୍ୟ ଅଧିଗ୍ରହଣ କରିପାରନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏଥି ପାଇଁ ସରକାରଙ୍କ ରହିଥିବା ସୀମିତ ଅର୍ଥ ବଜେଟରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଯେତିକି ଆବଶ୍ୟକ ପଡୁଛି ସେତିକିରେ ହିଁ ହେବ ବୋଲି ଦର୍ଶାଯାଇଥିଲା। ଏହି ବାଇପାସ୍ ରାସ୍ତା ନିର୍ମାଣ ରେ ପ୍ରଭାବିତ ଅଞ୍ଚଳରେ କେଉଁ ମାନଙ୍କ କେତେ ଜମି ପ୍ରଭାବିତ ହେଉଛି ସେ ସମ୍ପର୍କରେ ସୂଚନା ଦେଇ ଏଥିପାଇଁ ପ୍ରଭାବିତ ଲୋକମାନେ ସେମାନଙ୍କ ଅଭିଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ , ପାରଳା ତହସିଲଦାର ଶ୍ରୀ ନାରାୟଣ ବେହେରା ଏବଂ ନିର୍ମାଣ କରି ସଂସ୍ଥା “ଐରା” ର ପ୍ରତିନିଧି ଶ୍ରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥି ସହିତ ପ୍ରଭାବିତ ଅଞ୍ଚଳ ପାରଳାଖେମୁଣ୍ଡି ଖାସପାର ହାତୀବାଡ଼ି- ଗୋପୀନାଥ ପୁର ଏବଂ ରେଲିସାହି ଗ୍ରାମର ପ୍ରଭାବିତ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। କିନ୍ତୁ ଗଣ ମାଧ୍ୟମ କୁ ସୂଚନା ଦିଆ ଯାଉ ନାହିଁ ଯାହା ଫଳ ରେ ପ୍ରଚାର ପ୍ରସାର ହୋଇ ପାରୁ ନାହିଁ । ଜନସାଧାରଣ ଜାଣିବା ସକାଶେ ଅଧିକ ପ୍ରଚାର ପ୍ରସାର ଆବଶ୍ୟକ ତ୍। ରହିଛି ବୋଲି ବୁଦ୍ଧି ଯିବି ମହଲ ରେ ପ୍ରକାଶ ପାଉଛି ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ କୁ ସୂଚନା ଦେବା ଆବଶ୍ୟକତା ରହିଛି ।
ବାଇପାସ୍ ରାସ୍ତା ନିର୍ମାଣ ନେଇ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

