ଦି କ୍ୟାରିୟର ଏକାଡେମୀର ବାର୍ଷିକ ଉତ୍ସବ ପାଳନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦି କ୍ୟାରିୟର ଏକାଡେମୀର ବାର୍ଷିକ ଉତ୍ସବ ପାଳନ , ପ୍ରତି ବିଦ୍ୟାର୍ଥୀ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତୁ ବୋଲି କହିଲେ ଅତିଥି ! ବାଙ୍କୀ ଉପଖଣ୍ଡର କଲେଜ ରୋଡ଼ସ୍ଥ ରଣପୁର ଠାରେ ଅବସ୍ଥିତ ଶିକ୍ଷାନୁଷ୍ଠାନ ଦି କ୍ୟାରିୟର ଏକାଡେମୀର ତୃତୀୟ ବାର୍ଷିକ ଉତ୍ସବ ବାଙ୍କୀ ଟାଉନ ହଲ ପରିସରରେ ଆଜି ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବାଙ୍କୀ ମହୋତ୍ସବର ସାଧାରଣ ସମ୍ପାଦକ ଡ ଗଣେଶ୍ୱର ସ୍ବାଇଁ ଯୋଗଦେଇ ପାଠ ସହିତ ବିଦ୍ୟାର୍ଥୀ ମାନେ କିପରି ଆଧ୍ୟାତ୍ମିକ ମାର୍ଗକୁ ସାମନ୍ତରାଳରେ ନେଇ ହେବ, ତାହା ଉପରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ | ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ସୌମ୍ୟ ରଂଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ହରମୋହନ ମହାରଣା, ଶିକ୍ଷକ ଗୋବିନ୍ଦ କୁମାର ଏବଂ ଶିମିଳିପୁର ହରିରାଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ, ଅଧ୍ୟାପିକା ମମତା ଜେନା,ଶିକ୍ଷୟିତ୍ରୀ ଡ ଜୟନ୍ତୀବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ | କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତିରେ ପରିବର୍ତ୍ତିତ ପାଠ୍ୟ ଖସଡ଼ାରେ ନିଜ ଅଂଚଳର ଐତିହ୍ୟ, ପରମ୍ପରା ଏବଂ ସାହିତ୍ୟିକ ମାନଙ୍କର ପରିଚୟକୁ ଗୁରୁତ୍ୱ ଦେଇ ସମସ୍ତ ବିଦ୍ୟାର୍ଥୀମାନଙ୍କୁ ପଢାସମୟରେ ଶିକ୍ଷକମାନେ ଜଣେଇବା ଉଚ୍ଚିତ ବୋଲି ଅତିଥି ମାନେ କହିଥିଲେ | ସଭାଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଇଗ୍‌ନାଇଟ୍‌ 2026’ଅନୁଷ୍ଠିତ ହୋଇଥିଲା | କ୍ୟାରିୟର ଏକାଡେମୀ ପରିବାରର ସମସ୍ତ କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳା ସହ ସମାପ୍ତି ହୋଇଥିଲା |

Leave a Reply

Your email address will not be published. Required fields are marked *