ଗୁରାଣ୍ଡି “JUVENTICA” (କିଶୋର-କିଶୋରୀଙ୍କ ସହ CWPO ଆଉଟରିଚ୍ କାର୍ଯ୍ୟକ୍ରମ ଆୟୋଜନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ପୋଲିସର Crime Against Women & Children Wing, CID-CB ଦ୍ୱାରା UNICEF ସହଭାଗିତାରେ ଆୟୋଜିତ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ “JUVENTICA- CWPO Outreach with Adolescents” ଆଜି ତାରିଖ ୦୮ ମେ ୨୦୨୬ରେ ଗୁରାଣ୍ଡି ଥାନାରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ପୋଲିସ ମହାନିର୍ଦ୍ଦେଶକ, ଓଡ଼ିଶା ମହୋଦୟ Crime Against Women & Children Wing, ଭୁବନେଶ୍ୱର କାର୍ଯ୍ୟାଳୟରୁ ଅନଲାଇନ୍ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଶଗ୍ରହଣକାରୀ ପୋଲିସ ଷ୍ଟେସନମାନଙ୍କ ସହିତ ଗୁରାଣ୍ଡି ଥାନା ମଧ୍ୟ ସିଧାସଳଖ ପ୍ରସାରିତ କରାଯାଇଥିଲା । ଗୁରାଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏବଂ SI ଅମ୍ବିକା ବେଣିଆ , ଶିଶୁ କଲ୍ୟାଣ ପୋଲିସ ଅଧିକାରୀ (CWPO) । ଏହା ବ୍ୟତୀତ ଗୁରାଣ୍ଡି ଗ୍ରାମ ବାସୀ ଏବଂ ଗୋସାଣୀ ଓ ବ୍ଲକର ଅଙ୍ଗନୱାଡି କର୍ମୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।
JUVENTICA ବିଷୟରେ: ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବର୍ଗ ହେଉଛନ୍ତି ୧୪ ରୁ ୧୮ ବର୍ଷ ବୟସର କିଶୋର-କିଶୋରୀ, କାରଣ ପୋଲିସ ଷ୍ଟେସନମାନଙ୍କରେ ରିପୋର୍ଟ ହେଉଥିବା ଶିଶୁ ସମ୍ବନ୍ଧୀୟ ଅପରାଧର ଏକ ବଡ଼ ଅଂଶ ଏହି ବୟସ ବର୍ଗରେ ଘଟୁଅଛି । ଅନେକ ସମୟରେ ସାମାଜିକ ଅପମାନ ଓ ପାରିବାରିକ ଭୟ କାରଣରୁ ଏହିପରି ଘଟଣା ରିପୋର୍ଟ କରାଯାଉନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲଗାତାର ସଚେତନତା ଓ ସମୁଦାୟ ସମ୍ପୃକ୍ତି ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
1. ପ୍ରତ୍ୟେକ ପୋଲିସ ଷ୍ଟେସନକୁ ଏକ ଶିଶୁ-ଅନୁକୂଳ ଓ ସୁରକ୍ଷିତ ସ୍ଥାନ ଭାବରେ ଗଢି ତୋଳିବା, ଯେଉଁଠାରେ ଶିଶୁ ଓ କିଶୋର-କିଶୋରୀମାନେ ବିନା ଭୟରେ ପୋଲିସ ନିକଟକୁ ଆସିପାରିବେ ।
2. ଆଜିର ଶିଶୁମାନେ ଇଣ୍ଟରନେଟରେ ଅଧିକ ସମୟ ବିତାଉଥିବାରୁ, ସେମାନଙ୍କୁ ଡିଜିଟାଲ ଅଧିକାର ଓ ଅନଲାଇନ୍ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ।
3. ସାଇବର ବୁଲିଂ, ଅନଲାଇନ୍ ଶୋଷଣ ଓ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିପଦରୁ ସେମାନଙ୍କୁ ସୁରକ୍ଷା ଦେବା ।
4. ଶିଶୁମାନଙ୍କ ସହିତ ବିଶ୍ୱାସର ଏକ ସମ୍ପର୍କ ଗଢିବା, ଯେପରି ସେମାନେ ପୋଲିସକୁ ଭୟର ବସ୍ତୁ ନଭାବି ଜଣେ ବନ୍ଧୁ, ମାର୍ଗଦର୍ଶକ ଓ ରକ୍ଷକ ଭାବରେ ଦେଖିବେ ।
ଜନସାଧାରଣଙ୍କୁ ଅନୁରୋଧ: ଗୁରାଣ୍ଡି ପୋଲିସ ସମସ୍ତ ନାଗରିକ, ସରକାରୀ ବିଭାଗ ଓ ସଂସ୍ଥା, ବେସରକାରୀ ସଂଗଠନ, ଶିଶୁ ଯତ୍ନ ସଂସ୍ଥା (CCI), ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିବାକୁ ଆନ୍ତରିକ ଅନୁରୋଧ କରୁଛି । ଏହି ସନ୍ଦେଶକୁ ବ୍ୟାପକ ଭାବରେ ପ୍ରଚାର କରିବା ପାଇଁ ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ଗଣମାଧ୍ୟମର ସମସ୍ତ ସାଥୀଙ୍କୁ ବିଶେଷ ନିବେଦନ ଜଣାଯାଉଛି, ଯେପରି JUVENTICA କାର୍ଯ୍ୟକ୍ରମ ଆମ ଶିଶୁମାନଙ୍କ କଲ୍ୟାଣ ପାଇଁ ଏକ ସାର୍ଥକ ଓ ସଫଳ ପ୍ରୟାସ ହୋଇପାରିବ ।

Leave a Reply

Your email address will not be published. Required fields are marked *