ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରେ ବୈଶାଖ-ଜ୍ୟେଷ୍ଠ ଶୁକ୍ଳ ପକ୍ଷ ରେ ଆରମ୍ଭ ହୋଇଛି ମା ଗଙ୍ଗା ବାହୀନିଙ୍କ ଘଟାଯାତ୍ରା । ଏଥିଲାଗି ସମଗ୍ର ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇପଡିଥିବା ବେଳେ ଅତ୍ୟନ୍ତ ଭକ୍ତିପୂତ ସହ ପୂଜାର୍ଚ୍ଚନା, ମାଁଙ୍କ ଘଟ ପରିକ୍ରମା ଆଜି ଜାରି ରହିଛି । ଶୁକ୍ରବାର ଦିନ ମା ଙ୍କୁ ଆବାହାନ କରାଯାଇ ନୀତିନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମା ଙ୍କୁ ଅସ୍ଥାୟୀ ମନ୍ଦିରକୁ ଅଣାଗଲା । ମା ଙ୍କୁ ପ୍ରାତଃ 5 ଘଣ୍ଟା ସମୟରେ ଧୂପ ଦ୍ବିପ, ବାଳଭୋଗ ଅର୍ପଣ କରାଯାଇଥିିଲା । ପରେ ସମସ୍ତ ଘଟ ଧରିବା ମହିଳାମାନେ ପୂଜା କରାଯାଇ ଅସ୍ଥାୟୀ ମନ୍ଦିରରେ ଘଟ ରଖାଯାଇଥିଲା । ସନ୍ଧ୍ୟା ସମୟରେ ମାନସିକ ଧାରି ମହିଳା ମାନେ ଘଟ ଧରି ଗ୍ରାମ ପରିକ୍ରମା କରିଥିଲେ । ପ୍ରତ୍ୟେକ ଘର ପାଖରେ ମା ଙ୍କୁ ଗୋଡଧୋଇ ନିଜ ନିଜର ମାନସିକ ପୂରଣ ପାଇଁ ପୂଜା କରିଥିଲେ । ଏହି ପରୀପ୍ରେକ୍ଷୀରେ ପୌରାଣିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଭାରତ ଲୀଳା କାର୍ଯ୍ୟକ୍ରମ ହୋଇଥିଲା । ଯାହାକି ସଭିଏଁଙ୍କୁ ମନମୁଗ୍ଧ କରିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଗୁରାଣ୍ଡି ଥାନା ପୋଲିସ ମୁତୟନ ହୋଇଥିବାର ଜଣାଯାଇଛି ।
ଜଙ୍ଗଲପାଡୁ ଗ୍ରାମରେ ମାଁ ଗଙ୍ଗାବାହିନିଙ୍କ ଦ୍ବିତୀୟ ଦିନ ଘଟ ପରିକ୍ରମା !!!

