ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଥିଲେ ଦିଅ , ନଥିଲେ ନିଅ ! ଏମିତି ଏକ ସୁନ୍ଦର ଥିମ ରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ ! ରାଜଧାନୀ ବୁଦ୍ଧ ମନ୍ଦିର ପାଖରେ ମାସର ଦ୍ବିତୀୟ ରବିବାର ସକାଳ ୮ ଘଟିକାରୁ ଦିବା ୧୨ ଘଟିକା ଯାଏଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି ! ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ପିନ୍ଧା ବସ୍ତ୍ର ଯାଏଁ ବଳକା ସାମଗ୍ରୀ କୁ ଲୋକେ ଦାନ କରୁଥିବା ସମୟରେ , ଏହାର ଆବଶ୍ୟକତା ଥିବା ଲୋକେ ଏହାକୁ ଆସି ନେଉଛନ୍ତି ! ମହାବୋଧି ସୋସାଇଟି ଅଫ ଇଣ୍ଡିଆ ଏବଂ ରାଜଧାନୀ ରୋଟାରୀ କ୍ଲବ ର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସମର୍ଥନ ମିଳିବାରେ ଲାଗିଛି !
ଥିଲେ ଦିଅ , ନଥିଲେ ନିଅ !!!

