ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମୃତ୍ତିକା ସଂରକ୍ଷଣ ତଥା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । 30,4,2026 ତାରିଖରେ ସେ ଅବସର ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେବା ଠାରୁ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ସକାଶେ ସେ ସଦା ସର୍ବଦା ଚେଷ୍ଟିତ ଥିଲେ । ଚାଷୀଙ୍କ ସକାଶେ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିପରି ପହଞ୍ଚିବ ତା ଉପରେ ସଦାସର୍ବଦା ଚେଷ୍ଟିତ ଥିଲେ । ଚାଷୀଙ୍କର କିପରି ଉନ୍ନତି ହୋଇ ପାରିବ ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ଚେଷ୍ଟା କରୁଥିଲେ ବୋଲି ମତ ପ୍ରକାଶ ପାଇଛି। ଏହିଭଳି କାର୍ଯ୍ୟ ପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁଥର ପ୍ରଥମ ପୁରସ୍କାର ପାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କରିଥିବାରୁ ବିଭାଗ କର୍ମଚାରୀ ତାଙ୍କର ନିରାମୟ ଓ ଦୀର୍ଘାୟୁ କାମନା ସହ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରଶ୍ମି ନାୟକ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧତ କରିଥିଲେ । ଅଫିସ କର୍ମଚାରି ଓ କ୍ଷେତ୍ର କର୍ମଚାରୀ ଗଣ ପୁଷ୍ପଗୁଛ ଦେଇ ବିଦାୟ ଦେଇଥିଲେ । ଶେଷରେ ଗୌରାଙ୍ଗ ବାରିକ ପୁଷ୍ପ ଗୁଛ ଦେଇଥିଲେ ।

Leave a Reply

Your email address will not be published. Required fields are marked *