ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ ବିଭାଗର ଗାଡି ପାର୍କିଂ ସ୍ଥାନରେ ଲୋକଙ୍କର ଡ୍ରାଇଭିଙ୍ଗ ଟେଷ୍ଟ କରାଯାଉ ଥିବାର ଦେଖିବାକୁ ମିଳିଛି । ଚଟାଣରେ ଟାଇଲସ ପଡ଼ିଛି , ଟେଷ୍ଟିଙ୍ଗ ଦେଲା ବେଳେ କାଳେ ଟାଇଲସରେ ଗାଡି ଖସି ଦୁର୍ଘଟଣା ହେବ ବୋଲି ଭୟ ରହୁଛି । କାହାର କେତେବେଳେ ଅସୁବିଧା ହେବ କହି ହେବ ନାହିଁ । କିନ୍ତୁ ଅପର ପକ୍ଷ ରେ ନୂତନ କୋଠା ତିଆରି ସରିଯାଇଛି , ସେଠାରେ ଡ୍ର।ଇଭିଙ୍ଗ ଟେଷ୍ଟ ସକାଶେ କର।ଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ସରକାରଙ୍କର ଏଥି ପ୍ରତି ଦୃଷ୍ଟି ପଡିଲେ ଜିଲ୍ଲା ବାସୀ ଉପକୃତ ହୋଇ ପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।


