ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା , ଏହି ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜାଜପୁର ଗ୍ରାମ ର ତ୍ରିନାଥ ମଣ୍ଡପ ଠାରେ ଥିବା ବର ଗଛ ମୁଳରେ ଗାଁ ମହିଳା ମାନେ ପାରମ୍ପରିକ ଶାସ୍ତ୍ରମତେ ସାବିତ୍ରୀ ବ୍ରତ ପାଳିନ କରିଛନ୍ତି ! ସଧବା ମହିଳାମାନେ ନିଜ ସ୍ବାମୀଙ୍କର ଦୀର୍ଘାୟୁ କାମନା କରି ଏହି ବ୍ରତ କରିଥିବା ବେଳେ ଏହା ପଛରେ ଥିବା ପୌରାଣିକ ଆଖ୍ୟାନକୁ ସ୍ମରଣ କରି ସାବିତ୍ରୀ ବ୍ରତ ପାଠ କରାଯାଇଥିଲା । ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରାଯାଇ ମହିଳାମାନେ ବ୍ରତ ଧାରଣ କରିଥିଲେ । ମହିଳା ମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ସାବିତ୍ରୀ ବ୍ରତ ପାଳନ କରିଥିଲେ । ଗ୍ରାମାଞ୍ଚଳରେ ମହିଳାମାନେ ଏକତ୍ରିତ ହୋଇ ବୃକ୍ଷମୂଳରେ ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବା ସହ ସ୍ବତନ୍ତ୍ର ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି ।
ଗଛ ମୂଳରେ ପାଳିଲେ ସାବିତ୍ରୀ ଅମାବାସ୍ୟା !!!

