ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ ! ପୂର୍ବତନ କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଜମାଦାର ଏବଂ ଅନ୍ୟାନ୍ୟ ସଦସ୍ୟ , ସଦସ୍ୟା ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ଦ୍ଵାରା ଅତିଥିଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ପରିଚାଳନା ସମିତି ପକ୍ଷରୁ ବିଦ୍ୟାଳୟର ଉନ୍ନତି ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ନିବେଦନ ପତ୍ର ପ୍ରଦାନ କରାଯାଇ ତାଙ୍କ ଠାରୁ ସହଯୋଗ କାମନା କରାଯାଇଥିଲା । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୩ ତମ ପୂଣ୍ୟ ତିଥି ଅବସରରେ ମହାରାଜା ଙ୍କ ତୈଳଚିତ୍ରରେ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ପୁଷ୍ପ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମହନ୍ତ ଶ୍ରୀ ରାମାନନ୍ଦ ଦାସ, ଶ୍ରୀ ଅନାଦି ପାଣିଗ୍ରାହୀ, ଶ୍ରୀ ସଞ୍ଜୟ ଜେନା ଏବଂ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

