ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ରଣପୁର ସବ୍ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ବିଟିଶ ଶାସନ । ଅଫିସ ଭିତରକୁ ଚପଲ ପିନ୍ଧି ଆସିବା ମନା। ପ୍ରତିବାଦ କରିବା ରୁ କାର୍ଯ୍ୟରତ ଓକିଲଙ୍କୁ ଦୁର୍ବ୍ଯବହାର ଅଭିଯୋଗ ,ଏହାକୁ ନେଇ ରଣପୁରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରଣପୁର ଥାନାରେ ସବ୍ରେଜିଷ୍ଟ୍ରା ବିଶ୍ଵଜିତ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ ରଣପୁର ଓକିଲ ବାର ଆସୋସିଏସନର ଆଡଭୋକେଟ ଯତୀନ ପ୍ରକାଶ ମହାନ୍ତି ବିବାହ ପଞ୍ଜିକରଣର ଆବଶ୍ୟକ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସବ୍ରେଜିଷ୍ଟରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଅଫିସ ଭିତରକୁ ଚପଲ ପିନ୍ଧି ପଶିବା ମାତ୍ରେ ସବ୍ରେଜିଷ୍ଟର ବିଶ୍ଵଜିତ ଦାସ ତାଙ୍କୁ ଚପଲ ପିନ୍ଧି ଅଫିସ୍ ଭିତରକୁ ନ ଆସିବା ପାଇଁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ସବ୍ରେଜିଷ୍ଟର ବିଶ୍ଵଜିତ ଦାସ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତୁମର କୌଣସି କାମ ହେବ ନାହିଁ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସହ ଅଫିସ ଭିତରୁ ବାହାରି ଯିବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଆଡଭୋକେଟ ଯତୀନ ପ୍ରକାଶ ମହାନ୍ତି । ଏହା ପୂର୍ବରୁ ମଧ୍ୟ ଆଡଭୋକେଟ ରାଜେନ୍ଦ୍ର ବଳବନ୍ତାଙ୍କୁ ମଧ୍ୟ ସବ୍ରେଜିଷ୍ଟର ବିଶ୍ଵଜିତ ଦାସ କାମ କରାଇ ଦେବା ପାଇଁ ଲାଞ୍ଚ ମାଗିଥିବା ନେଇ ତାଙ୍କ ନାଁ ଅଭିଯୋଗ ରହିଛି। ଦୁଇଟି ଯାକ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରଣପୁର ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ସେପଟେ ଆଡଭୋକେଟ ଯତୀନ ପ୍ରକାଶ ମହାନ୍ତି ରଣପୁର ଥାନାରେ ସବ୍ରେଜିଷ୍ଟର ବିଶ୍ଵଜିତ ଦାସଙ୍କ ନାଁ ଏତଲା ଦେଇଛନ୍ତି। ସେପଟେ ପାଲଟା ମିଛ କେସ ଆଡଭୋକେଟ ଯତୀନ ପ୍ରକାଶ ମହାନ୍ତିଙ୍କ ନାଁରେ ସବ୍ରେଜିଷ୍ଟର ବିଶ୍ଵଜିତ ଦାସ ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଉଭୟଙ୍କ ପକ୍ଷରୁ ଦୁଇ କେସ ହୋଇଛି। ଦୁଇ ଯାକ ଅଭିଯୋଗର କେତେ ସତ୍ୟସତ ରହିଛି ଖୁବଶୀଘ୍ର ଏହାର ତଦନ୍ତ କରାଯିବ ବୋଲି ନୟାଗଡ଼ ଅତିରିକ୍ତ SP ସୁବାସ ପଣ୍ଡା କହିଛନ୍ତି। କିନ୍ତୁ ସବ୍ରେଜିଷ୍ଟର ବିଶ୍ଵଜିତ ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି। ସେପଟେ ଏହି ଘଟଣାର ଅଭିଯୋଗ ମିଳିଛି ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବ ବୋଲି ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ କହିଛନ୍ତି ।

