ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ସାହିତ୍ୟ ଏକାଡେମୀ ଏବଂ ପର୍ଶୁରାମ ହରିଚନ୍ଦନ ସ୍ମୃତି କମିଟିର ମିଳିତ ସହଯୋଗରେ ମଙ୍ଗଳବାର ସମାଜ ସେବି ତଥା ନାଟ୍ୟକାର ପର୍ଶୁରାମ ହରିଚନ୍ଦନଙ୍କ ୪୯ ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗମ୍ଭାରୀମୁଣ୍ଡାସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ଡ ବିଜୟ କୁମାର ଶତପଥୀ, ବିଶିଷ୍ଟ ଅତିଥିଭାବେ ପ୍ରଫେସର ଶଶାଙ୍କ ଚୂଡ଼ାମଣି, ସଂମ୍ମାନୀୟ ଅତିଥିଭାବେ ଅଧ୍ୟକ୍ଷ, ପରଶୁରାମ ମହାବିଦ୍ୟାଳୟ ଗମ୍ଭାରୀମୁଣ୍ଡା ପ୍ରେମରାଜ ପ୍ରଧାନ, ମୁଖ୍ୟବକ୍ତା ସୁସାହିତ୍ୟିକ ଡ ସତ୍ୟ ଷଢଙ୍ଗୀ, ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ପଟ୍ଟନାୟକ, କବି ବାଳମୁକୁନ୍ଦ ଦାସ ପ୍ରମୁଖ ଯୋଗଦେଇ ନାଟ୍ୟକାର ପର୍ଶୁରାମ ବହୁମୁଖୀ ପ୍ରତିଭାର ଅଧିକାରୀ ଓଡ଼ିଆ ନାଟକର ଭିତିଭୂମି ପ୍ରତିଷ୍ଠା କରିବାରେ ସେ ଅନବରତ ଉଦ୍ୟମ ଜାରି ରଖିଥିଲେବୋଲି କହିଥିଲେ I ସଭା ଆରମ୍ଭରେ ଅତିଥିମାନେ ସ୍ବର୍ଗତ ପର୍ଶୁରାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ସ୍ମୃତି କମିଟିର ସମ୍ପାଦକ ଡ଼ ସୁରେନ୍ଦ୍ର ନାଥ ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ I ଗୋଲଖ ବିହାରୀ ପଟ୍ଟନାୟକ ସଭାପତିତ୍ବ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡ ବିଭୁତି ଭୂଷଣ ହରିଚନ୍ଦନ, ଶିକ୍ଷକ ଦୁର୍ଗାଚରଣ ମହାରଣା, ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ I
ନାଟ୍ୟକାର ପର୍ଶୁରାମ ହରିଚନ୍ଦନଙ୍କ ୪୯ ତମ ଶ୍ରାଦ୍ଧ ଉତ୍ସବ !!!

