ଗଣତନ୍ତ୍ର ବଞ୍ଚାଅ – ଜଙ୍ଗଲ ଜମି ବଞ୍ଚାଅ’ ନାରାରେ କମ୍ପିଲା ଢିଙ୍କିଆ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ଗଣତନ୍ତ୍ର ବଞ୍ଚାଅ – ଜଙ୍ଗଲ ଜମି ବଞ୍ଚାଅ ନାରାରେ କମ୍ପିଲା ଢିଙ୍କିଆ ! ବିନା ଗ୍ରାମସଭା ଓ ଜନମତରେ ଜୋର-ଜବରଦସ୍ତି ଜମି ଅଧିଗ୍ରହଣକୁ ବିରୋଧ ! ଜେଏସଡବ୍ଲୁ କାରଖାନା ଶୁଭ ଉଦ୍ଘାଟନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଢ଼ିଙ୍କିଆରେ ଜୋରଦାର ବିରୋଧ ! ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶ ପ୍ରସ୍ତାବିତ ଜେଏସଡବ୍ଲୁ କାରଖାନାର ଶୁଭ ଉଦ୍ଘାଟନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଢ଼ିଙ୍କିଆରେ ଜୋରଦାର ବିରୋଧ କରାଯାଇଛି । ଗଣତନ୍ତ୍ର ବଞ୍ଚାଅ- ଜଙ୍ଗଲ ଜମି ବଞ୍ଚାଅ , ବିନା ଗ୍ରାମସଭା ବିନା ଜନମତରେ ଜୋର୍ ଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କର ନାରା ଦେଇ କଳା କପଡା ବାନ୍ଧି ଜିନ୍ଦଲ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଢ଼ିଙ୍କିଆର ଫୁଲଖାଇ ନିକଟ ଫାଙ୍କା ପଡ଼ିଆରେ ପ୍ରତିବାଦ ଦେଖିବାକୁ ମିଳିଛି । ପୂର୍ବ ସରକାରରେ ଜଙ୍ଗଲ ଅଧିକାର ଆଇନକୁ ଦଳି ମକଚି ଜୋର୍ ଜବରଦସ୍ତ ଲୋକଙ୍କୁ ପୋଲିସ ଜୁଲମ କରି ଜଙ୍ଗଲ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ କରିଥିବା ବେଳେ ପୂର୍ବ ସରକାର ଯେମିତି ଲୋକଙ୍କ ଅଧିକାର ବିପକ୍ଷରେ ଯାଇ ଗାଦିରୁ ଗଲେ, ବର୍ତ୍ତମାନର ଡବଲ ଇଞ୍ଜିନ ଲୋକଙ୍କ ସରକାର୍ ଲୋକଙ୍କ ସମସ୍ୟା ଅଧିକାରକୁ ଅଣଦେଖା କରି କାରଖାନା ଉଦ୍ଘାଟନ କରିବା ମହଙ୍ଗା ପଡ଼ିବ ବୋଲି କହି ସମାଲୋଚନା କରିଥିଲେ । ଗାଁ ଗାଁ ରେ ପୋଲିସ ରଖି ଲୋକଙ୍କୁ ଭୟଭୀତ ଅବସ୍ଥା ତିଆରି କରି ସ୍ଥାନୀୟ ଲୋକଙ୍କୁ ଉଢାଳରେ ରଖି ବାହାରୁ ଲୋକଙ୍କୁ ଭଡ଼ାରେ ଆଣି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଗସ୍ତକୁ ସମାଲୋଚନା କରିଥିଲେ । ଅନୁରୂପ ଭାବେ ଗୋବିନ୍ଦପୁରରେ ମଧ୍ୟ ଜେଏସଡବ୍ଲୁ ଗୋ ବ୍ୟାକ ନାରାରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଏହି ପ୍ରତିବାଦ କାର୍ଯକ୍ରମରେ ଢିଙ୍କିଆ ପଞ୍ଚାୟତର ସରପଞ୍ଚ ପିଙ୍କି ଦାସ, ସମିତି ସଭ୍ୟ ମିତାଞ୍ଜଳି ଭୋଇ, ନାଏବ ସରପଞ୍ଚ ତୀର୍ଥଙ୍କର ଦାସ, ମାଗୁ ଚରଣ ନାୟକ, ଭ୍ରମରବର ଦାସ, କାଶୀନାଥ ମହାପାତ୍ର, ପ୍ରଭାତ ନାୟକ, ପୁଷ୍ପକ ଦାସ, ଏକନ ଦାସ, ନରେନ୍ଦ୍ର ସ୍ବାଇଁ, ପ୍ରମୋଦ ଘଡେ଼ଇ, ମାନସ ବର୍ଦ୍ଧନ, ସଂଘମିତ୍ରା ମଲିକ, ମମତା ସେଠୀ, ସନ୍ଧ୍ୟାରାଣି ଦାସ, ଅଜୟ ଦାସ, ବାବନ ନାୟକ, ରମେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *