ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପକ୍ଷରୁ ଏକ ରକ୍ତଦାନ ଶିବିର ଏକାଡେମୀ ପରିସରରେ ଆୟୋଜିତ ହୋଇଥିଲା। ଏହି ଶିବିରକୁ ଗୋପବନ୍ଧୁ ପ୍ରଶାସନ ଏକାଡେମୀ ର ମହା ନିର୍ଦ୍ଦେଶିକା ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ଆୟୋଜିତ ହୋଇଥିଲା। ଉପ ମହା ନିର୍ଦ୍ଦେଶିକା ଡ. ମୋନାଲିସା ଲେଙ୍କା ଏବଂ ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ବବିତା ରାଣୀ ଦଳବେହେରା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଏବଂ ଓଡ଼ିଶା ଶ୍ରମ ସେବା ଅଧିକାରୀ ପ୍ରସିକ୍ଷୁ ମାନେ ଓ ଗୋପବନ୍ଧୁ ପ୍ରଶାସନ ଏକାଡେମୀ ର କର୍ମଚାରୀ ରକ୍ତଦାନ କରିଥିଲେ। ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର କର୍ମକର୍ତ୍ତା ଶିବିରରୁ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ମିଶନ ରକ୍ତଦାନ ତରଫରୁ ବିଭୂତି ଭୂଷଣ ସାହୁ ଏବଂ ହର ପ୍ରସାଦ ମହାପାତ୍ର, ମାନସୀ ସରକାର ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *