ଡିଏପି ୨୦୨୬-୨୦୨୯ ଉନ୍ମୋଚନ କାର୍ଯ୍ୟକ୍ରମ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : କିଶୋରୀଙ୍କ ଅଧିକାର ସୁରକ୍ଷା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ନୟାଗଡ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଶିଶୁ ବିବାହ ଉଚ୍ଛେଦ ଓ କିଶୋରୀ ସଶକ୍ରୀକରଣ ରଣନୈତିକ କାର୍ଯ୍ୟ ଯୋଜନା ୨୦୨୬-୨୦୨୯ ଉନ୍ମୋଚନ ପାଇଁ ସଦର ସମ୍ମିଳନୀ କକ୍ଷ ରେ ଆୟୋଜନ କରାଯାଇଥିଲା । ନୟାଗଡ଼ ଅତିରିକ୍ତ ଜିଲାପାଳ ଶ୍ରୀମତୀ ରୋଜିନା ଦାସ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀ, ପୋଲିସ, ଶିଶୁ ସୁରକ୍ଷା ବିଶେଷଜ୍ଞ ଏବଂ ବିଭିନ୍ନ ବିଭାଗର ପ୍ରତିନିଧି ମାନେ ଶିଶୁ ବିବାହ ବିରୋଧରେ ସମନ୍ବିତ ପ୍ରତିକ୍ରିୟା ସୁଦୃଢ଼ କରିବା ପାଇଁ ସାମିଲ ହୋଇଥିଲେ । ଅତିରିକ୍ତ ଜିଲାପାଳ ରୋଜିନା ଦାସ ନିଜ ଅଭିଭାଷଣରେ ବହୁକ୍ଷେତ୍ରୀୟ ଆଭିମୁଖ୍ୟ, ବିଭାଗୀୟ ସମନ୍ବୟ, ଓ ସୁଦୃଢ଼ ମନିଟରିଂ ବ୍ୟବସ୍ଥା ମାଧ୍ଯମରେ ଶିଶୁ ବିବାହ ଉଚ୍ଛେଦ କରିବା ପ୍ରତି ଜିଲ୍ଲା ର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଜିଲା ସାମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ଜୟଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ୟୁନିସେଫ୍, ଭୁବନେଶ୍ଵରର ଚାଇଲ୍ଡ ପ୍ରୋଟେକ୍ସନ୍ କନସଲଟାଣ୍ଟ ଘାସିରାମ ପଣ୍ଡା ଜିଲ୍ଲାରେ କିଭଳି ମିଳିତ ଆନୁକୂଲ୍ୟ ଏବଂ ପ୍ରଚେଷ୍ଟା ରେ ବାଲ୍ୟ ବିବାହକୁ ରୋକାଯାଇପାରିବ ସେ ଦିଗରେ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର, ଡେପୁଟି କଲେକ୍ଟର ତପତିରାଜ, ଏସଡିପିଓ ନୟାଗଡ଼ ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଅସୁରକ୍ଷିତ କିଶୋରୀ ମାନଙ୍କ ପାଈଁ ସଂସ୍ଥାନିକ ସହାୟତା ସୁନିଶ୍ଚିତ କରିବା, ମହିଳା ଓ ଶିୁଶୁ ବିକାଶ, ଶିକ୍ଷା, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ରେ ସମନ୍ୱୟ ବୃଦ୍ଧି କରି ନୟାଗଡ଼ କୁ ବାଲ୍ୟ ବିବାହ ମୁକ୍ତ କରିବାପାଇଁ ଲକ୍ଷ୍ୟ ରଖିଛି ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରି ନୟାଗଡ଼ କୁ ବାଲ୍ୟବିବାହ ମୁକ୍ତ କରିବାପାଇଁ ସମନ୍ୟୟ ଓ ତୁରନ୍ତ ହସ୍ତକ୍ଷେପ ସୁଦୃଢ କରିବାକୁ ସାମୂହିକ ସଂକଳ୍ପ କରିଥିଲେ। ଜିଲ୍ଲା ମହିଳା ସଶକ୍ତିକରଣ ସଂକଳ୍ପ ହବ୍ ର ଜିଲ୍ଲା ସଂଯାଯୋକ ସୌମ୍ୟ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷ ରେ ୟୁନିସେଫ୍ ର ଜିଲ୍ଲା ସଂଯୋଜିକା ଇପସିତା ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *