ନିଲମ୍ବିତ ବିଜେଡି ବିଧାୟକ କୁ ସ୍ୱାଗତ ପରେ ବାଲିଗୁଡା ର ଦୁଇ ବରିଷ୍ଠ ନେତା ସସ୍ପେଣ୍ଡ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲିଗୁଡା ରାଜନୀତି ରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ l ବଦଳିବ କି ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ସମୀକରଣ ?? ତାକୁ ନେଇ ଏବେ ବଢିଛି ସସ୍ପେନ୍ସ ଆଉ ଲାଗି ରହିଛି ଅନେକ କଳ୍ପନା ଜଳ୍ପନା ! ଚଳିତ ରାଜ୍ୟସଭା ନିର୍ବାଚନ ରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାଥୀ ଙ୍କୁ କ୍ରସ ଭୋଟିଙ୍ଗ କରି ନିଲମ୍ବିତ ହୋଇଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର l ତେବେ ବିଧାୟକ ଚକ୍ରମଣୀ କଂହର ଙ୍କ ନିଲମ୍ବନ କୁ ଖାତିର ନ କରି ସ୍ଥାନୀୟ ନେତୃ ମଣ୍ଡଳୀ ବିପୁଳ ମାତ୍ରା ରେ ସମ୍ବର୍ଦ୍ଧନା ଜଣାଇବା ସହ ହଜାର ହଜାର ବିଜେଡି କର୍ମୀ ମଧ୍ୟ ସମର୍ଥନ ଜଣାଇଥିଲେ l ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ରାଇକିଆ ଛକ ନିକଟରେ ପ୍ରାୟ ସାତ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ଏକତ୍ରିତ ହୋଇ ବାଲିଗୁଡା ବିଧାୟକକରିଥିଲେ l ଏଥିସହ ଚାରି ହଜାର ରୁ ଉର୍ଦ୍ଧ ସମର୍ଥକ ବାଇକ ଶୋଭାଯାତ୍ରା ରେ ରାଇକିଆ ଛକ ରୁ ବାହାରି କ. ନୂଆଗାଁ ପରିକ୍ରମା କରି ମହାସିଙ୍ଗ ରେ ପହଂଚିଥିଲେ l ତେବେ ଦଳ ରୁ ନିଲମ୍ବନ ପରେ ମଧ୍ୟ ମୁଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଜନତା ଙ୍କ ସେବାରେ ଥିଲି ଅଛି ରହିବି କହିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର l ସେପଟେ ବିଧାୟକ ଙ୍କ ନିଷ୍ପତି କୁ ନେଇ ଆମେ ଆଗାମୀ ଦିନ ରେ ନିଜ ନିଷ୍ପତି ନେବା ସହ ରଣନୀତି ତିଆରି ହେବ କହିଛନ୍ତି ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ l ତେବେ ରାଜ୍ୟ ସଭା ନିର୍ବାଚନ ରେ ବାଲିଗୁଡା ବିଧାୟକ ବିଜେପି କୁ ସମର୍ଥନ ଜଣାଇଥିବା ବେଳେ ବିଜେପି ମୁହାଁ ହେବେ କି ନେଇ ବାଲିଗୁଡା ରେ ଚର୍ଚ୍ଚା ଜୋର ଧରିଛି l ସେହିପରି ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର କିଙ୍ଗ ମେକର ତଥା ବର୍ତମାନ ର ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ବିଜେଡି କର୍ମୀ ବିଜେପି ମୁହାଁ ହେବେ କି ତାକୁ ନେଇ ରାଜନୀତି ମହଲ ବେଶ ଉଷ୍ଣ ହୋଇଛି l ଅନ୍ୟପଟେ ନିଲମ୍ବିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ନିଲମ୍ବନ କରିଛି l ତେବେ ବିଜେଡି ର କିଙ୍ଗ ମେକର ଟୁନା ଦାସ ଓ ବରିଷ୍ଠ ନେତା ପ୍ରମୋଦ ସାହୁ ଙ୍କୁ ନିଲମ୍ବନ ପରେ ଅପସରି ଯିବ କି ବିଜେଡି ରାଜନୀତି ଆଉ ବିଜେଡି ର ବିଜୟ ଯାତ୍ରା ରେ ପଡିବ କି ଯବନିକା ତାକୁ ନେଇ ରାଜନୀତି ମହଲ ରେ ଚର୍ଚ୍ଚା ଜୋର ଧରିଛି l ଅନ୍ୟପଟେ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ବିଜେଡି ନିଲମ୍ବନ କରି ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଗଡ଼ ଖୁଦ ବିଜେଡି ନିଜ ହାତରେ ଭସ୍ମ କରିଥିବା ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି l ତେବେ ବିଜେଡି ର ଦୁଇ ଟାଣୁଆ ନେତା ତଥା ଦକ୍ଷ ସଂଗଠକ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ବିଜେଡି ନିଲମ୍ବନ କରି ବିଜେପି ମୁହାଁ ହେବାକୁ ବାଟ ଫିଟେଇଲା କି ଖୋଦ ବିଜେଡି ତାକୁ ନେଇ ବାଲିଗୁଡା ରାଜନୀତି ବେଶ ସରଗରମ ହୋଇଛି l

Leave a Reply

Your email address will not be published. Required fields are marked *